Satya Prakash
କବିତା

ଜାତୀୟ ଡାକ ସେବା ଦିବସ

ଜାତୀୟ ଡାକ ସେବା ଦିବସ – 10 ଅକ୍ଟୋବର
—-by ସତ୍ୟ ପ୍ରକାଶ ସେଠୀ
ଆହାକି ସୁନ୍ଦର ମନୋରମ ଶୋଭା
ଦୀପ୍ତିମୟୀ ତା’ର ଆଭା
ରସୁଲଗଡ଼ରେ ଆଂଚଳିକ ଡାକ
ପ୍ରଶିକ୍ଷଣକେନ୍ଦ୍ର ଉଭା।।

ଭୁବନେଶ୍ୱରର ଉପକଣ୍ଠେ ପୁଣି
ରାଜଧାନୀ କ୍ଷେତ୍ରେ ଗଣା
ଏଡିକି ସୁନ୍ଦର ଭବ୍ୟ ଅଟ୍ଟାଳିକା
କେମନ୍ତ ହୋଇଲା ଗଢା ।।
ପ୍ରଦୀପ୍ତ ବିଶୋଇ ସନ୍ତୋଷ କାମିଲା
ଘର ଉତ୍କଳର ଭୂଇଁ
ପ୍ରଶିକ୍ଷଣ କେନ୍ଦ୍ର ସମ୍ଭବ ହୋଇଲା
ଯାହାଙ୍କ ପ୍ରଚେଷ୍ଟା ପାଇଁ।
ପ୍ରଶିକ୍ଷଣ କେନ୍ଦ୍ରେ ଗୁରୁ ଗୁରୁମାତା
ନିଆରା ବ୍ୟକ୍ତିତ୍ଵ ଜଣା
ଇଂରାଜୀ ଭାଷାରେ ଅଗାଧ ଜ୍ଞାନଟି
ଗୁଣୀ ଜନେ ପରା ଗଣା।।
ଏଡିକି ବିଶାଳ ହୃଦୟ ଯେ ତାଙ୍କ
ବିସ୍ମୃତ ହୁଏନା ମନ
ଛାତ୍ର ବତ୍ସଳତା ସହୃଦୟବାନ
ସେଇ ଏକା ମହାଜନ।।
ଅତ୍ୟାଧୁନିକ ଜନ୍ତ୍ରପାତି ଦ୍ଵାରା
ସୁସଜ୍ଜିତ ହେଲା ଯାହା
ଡ଼ାକ ସେବା କ୍ଷେତ୍ରେ ଅଗ୍ରଣୀ ଭୂମିକା
ନିଶ୍ଚେ ତୁଲାଇବ ଏହା। ।
ଉଦଘାଟନର ଉତ୍ସବଟି ସତେ
ବହୁ ପ୍ରତୀକ୍ଷିତ ଥିଲା
ମାସ ମାସ ଧରି ବରଷ ଗୋଟାକ
କେତେବେଳେ ବିତିଗଲା।।
ଯାହା ବି ହେଉ ସେ ଏଥରକ ଆମ

ସପନ ତ ସତ ହେଲା
ନୂତନ କେନ୍ଦ୍ରର ଶୁଭ ଉଦଘାଟନୀ
ମନେ ଖୁସି ଭରି ଦେଲା।।
ଡ଼ାକ ସେବା ଏକ ସେବା କ୍ଷେତ୍ର ପରା
ସମସ୍ତଙ୍କର ଯେ ଲୋଡ଼ା
ସେବା ପାଇଁ ତେଣୁ ଡ଼ାକବାଲା ଲାଗି
ଜନତାର ଫୁଲ ତୋଡ଼ା। ।
ଶିକ୍ଷ ପ୍ରଶିକ୍ଷଣ ଉନ୍ନତି ସକାଶେ
ସ୍ଵାଗତିକା ଯେ ଗାଇବା
ଡ଼ାକ କର୍ମଚାରୀ ଆନନ୍ଦ ବିଭୋର
ଚାଲ ଖୁସି ମନାଇବା।।

Related posts

ଦାଢପଣ

satya

ବାଃ ରେ ଦୁନିଆ ତୁ ଭାରି ବଢିଆ

satya

କରୋନା

satya

Leave a Comment

Login

X

Register