Satya Prakash
କବିତା

ତପ୍ତ ଧରିତ୍ରୀ

ଅତୀତ କଥା ତ ଗଲାଣି ସଙ୍ଗାତ

ବର୍ତ୍ତମାନ ସ୍ଥିତି ଭିନ୍ନ୍
ଭବିଷ୍ୟତ ତେଣୁ ଅନ୍ଧକାର ହେବ
ସ୍ଥିତି ସମ୍ଭାଳିବା କଷ୍ଟ।।

ଗ୍ରୀଷ୍ମର ପ୍ରକୋପ ସହି ହେଉ ନାହିଁ

ଖରା ବେଳେ ତାପ ଭାରି
ଉତ୍ତପ୍ତ ଧରିତ୍ରୀ ଅଗ୍ନି ବର୍ଷା ଖାଲି
ଦେହ ମୁଣ୍ଡ ଯାଏ ଘାରି।। 0
ଥଣ୍ଡା ପାନୀୟର ଆଦର ବଢୁଛି
ଶୀତଳ ପଦାର୍ଥେ ମନ
ଘୋର ଅଶାନ୍ତିରେ କାଳ ଯେ ବିତୁଛି
ଝାଇଁ ମାରି ଯାଏ କାନ
ଏହି ପ୍ରକାରରେ ଗଲାଣି ଏ ସନ୍
ଦେଖିବା ଆଇଲା ସନ୍।। 1
ବାୟୁ ମଣ୍ଡଳର ସୁରକ୍ଷା ଚିନ୍ତାଟି

ଯେବେ ନକରିବା ଆମ୍ଭେ
ପ୍ରାଣୀକୂଳ ଦିନେ ଧ୍ଵଂସ ପାଇଯିବେ
ଏ କଥାଟି ସ୍ଥିର ନିଶ୍ଚେ।।2

ଶୀତରେ ଶୈତ ଗ୍ରୀଷ୍ମରେ ଗରମ
ସୃଷ୍ଟିରେ ବୈଚିତ୍ର୍ ପରା
ଏବେ କିନ୍ତୁ ସବୁ ଓଲଟା ହେଲାଣି
ବଦଳି ଗଲାଣି ଧରା।।3
ବର୍ଷା ଦିନେ ଆଉ ବର୍ଷା ତ ହେଉନି
ରୌଦ୍ର କ୍ଲିଷ୍ଟ ଆମେ ସହେ
ସେହିପରି ଶୀତେ ଉତ୍ତାପ ସହୁଛି
ଅଶାନ୍ତିର ବାଆ ବହେ
ତ୍ରାହି ତ୍ରାହି ଡାକ ଜୀବଦଳ ଛାଡେ
ଅସହ୍ଯ ହେଲାଣି କହେ।।4
ବାୟୁମଣ୍ଡଳର ସୁରକ୍ଷା କାରଣେ
ସବୁ ଅଘଟଣ ଘଟେ
ଏମିତି ଅବସ୍ଥା ଜାରି ରହେଲେଟି
ପ୍ରାଣୀକୂଳ ଛାଏଁ ଘଟେ।।5

 

Related posts

ସମୟର ଆର ପାରି samayar ara pari

satya

ଆଶୟ

satya

ଚରମପତ୍ର

satya

Leave a Comment

Login

X

Register