Satya Prakash
କବିତା

ତୁମ ବିନା

ତୁମ ବିନା
_____ସତ୍ୟ ପ୍ରକାଶ ସେଠୀ
ଜୀବନର ଅର୍ଥ ସତେ କଣ କେହି
କେବେ କିଛି ବୁଝି ନାହିଁ
ନା ବୁଝିଛି ବୋଲି ସେ ନିଶ୍ଚୁପ ରହିଛି
ପଚାରିଲେ ଉତ୍ତର ନାହିଁ।। 1
କାହାକୁ ପଚାରି ବୁଝିବି ମୁଁ ଯେ ସେ କଥା କି କେହି କହେ
ଯାହାକୁ ପଚାରି ବୁଝନ୍ତି ସବୁ ଯେ
ସେ ଯେ ନିରୁତ୍ତର ରହେ।। 2
ମୁଁ କିନ୍ତୁ ଖୋଜୁଛି ତୁମଠୁଁ ଉତ୍ତର
ତୁମେ ଯେଣୁ ସର୍ବଜ୍ଞାତା
ସକଳ ସୃଷ୍ଟିର ଅନାଦି କାରଣ
ତୁମେ ପରା ଆଦି ପିତା।। 3
ଆଦି ଓ ଅନାଦି ସକଳ କାରଣ
ସର୍ବବ୍ୟାପି ସନାତନ
ତୁମକୁ ଯେ କେଉଁ କଥା ସେ ଅଛପା
ବିଡୁଛ କିଆଁ ସେ ମନ।। 4
ଆଜି ମୁଁ ସୃଷ୍ଟିର ରହସ୍ୟ ଭେଦିଛି
ଜାଣୁଛି ଗହନ କଥା
ତୁମେ କୁହ ଅବା ଅକୁହା ରହୁ ସେ
ଗାଉଛି ଜୀବନ ଗାଥା।। 5
ତୁମେ ଥିଲେ ପରା ସବୁ ସେ ସହଜ
ନୋହିଲେ ସବୁ ଯେ କଷ୍ଟ
ତୁମ ବିନା ସବୁ ଅଧୁରା ରହିବ
ଜୀବନ ହୋଇବ ନଷ୍ଟ।। 0

Related posts

ଶ୍ରମିକ ଦିବସ

satya

International Nurse Day

satya

ଫନି

satya

Leave a Comment

Login

X

Register