Satya Prakash
କବିତା

ନିଗୂଢ ରହସ୍ୟ

ଏହି ମହାକାଳ ସମୁଦ୍ର ବକ୍ଷରେ
ଜୀବନ ତରୀ ମୁଁ ବାହି
ସବୁ ଅନୁଭୂତି ଅନୁଭବ ହେଲା
ବ୍ୟକ୍ତ ବା ଅବ୍ୟକ୍ତ କିଛି।। 1
ଏଠି ଉତ୍ସର୍ଗୀକୃତ ଚରିତ୍ର ପରା ସେ
ଦଣ୍ଡ ଭୋଗାଭୋଗ କରେ
ସାଧୁ ସନ୍ଥ ଜନ ପରାଭାବ ପାଏ
ପାପୀ ବରଦାନ ଲଭେ।। 2
ପର ସେବା କର୍ମେ ଯାପିନ ଜୀବନ
କଷଣ ସହେଟି ନରେ
ପାପୀ ଜନ ଏଠି ସୁଖ ସମ୍ଭୋଗରେ
ଜୀବନ ବ୍ୟଥିତ କରେ।। 3
ଯେତେ କଲା କର୍ମେ ଅବା ଅପକର୍ମେ
ଥାଉ ପଛେ ସେହୁ ଜନେ
ସେ ତ ହୁ ହୁ ବଢେ ଧନ ସମ୍ପଦରେ
ନଥାଏ ଊଣାଟି ତିଳେ।। 4
ଭଗବାନ କିଛି କହେ ନାହିଁ କିଆଁ
ସବୁ ଦେଖି ଶୁଣି ରହେ
ଜୀବନର ଶେଷେ ଅପେକ୍ଷା କି ତା’ର
ଫଳାଫଳ ଶୁଣାଇବେ।। 5
ଏ ଗୂଢ ରହସ୍ୟ ବୁଝିବା ସହଜ
ହେଉ ନାହିଁ ମୋର ପକ୍ଷେ
ମୁଁ ଛାର ମାନବ କାହୁଁ ବୁଝିବାକୁ
ସୃଷ୍ଟି ରହସ୍ୟଟି ଏତେ।। 6

Related posts

ଭୁଲ କି ଭୁଲ

satya

ବିଶ୍ଵ ଧରିତ୍ରୀ ଦିବସ

satya

ପ୍ରତିଶ୍ରୁତି ପଡ଼େ ବନ୍ଧା

satya

1 comment

Sumati roul 21st September 2018 at 2:53 pm

ବହୁତ ସୁନ୍ଦର ଭାବରେ ରହସ୍ୟ କୁ କବିତା ରେ ଉପସ୍ଥାପନ କରିଛନ୍ତି ।

Reply

Leave a Comment

Login

X

Register