Satya Prakash
କବିତା

ମୁଁ ସିନା ବସିଛି…

ମୁଁ ସିନା ବସିଛି ହେଲେ ଆଖି ସାମ୍ନାରେ ଦେଖୁଛି
ପୃଥିବୀରେ କେଉଁଠି କଅଣ ସବୁ ସେ ଘଟୁଛି
ଗୋଟି ଗୋଟି କରି ସେ ସମସ୍ତ ବଖାଣି ବସୁଛି
ମୋ ମାନସ ପଟରେ ଯାହା କିଛି ଦୃଶ୍ୟ ହେଉଛି
ଚାରିଆଡ଼େ ପୃଥିବୀଟା ଖାଲି ବିବର୍ଣ୍ଣ ଦିଶୁଛି
ଅଶାନ୍ତି ଅସନ୍ତୋଷର ଝଡ଼ ପରିବ୍ୟାପ୍ତ ହୋଇଛି
ମେଘାଛନ୍ନ ନଭ ଘଡଘଡିର ନାଦ ଶୁଭୁଛି
ବିଜୁଳି ଚମକି ଭିତ୍ତିପ୍ରସ୍ତର ଦୋହଲି ଯାଉଛି
ମାନବୀୟ ମୁଲ୍ୟବୋଧ ଦୁଷ୍ପ୍ରାପ୍ୟ ପ୍ରାୟ ହୋଇଛି
ଆପଣା ସ୍ୱାର୍ଥେ ନିମଗ୍ନ ସ୍ୱାର୍ଥନ୍ବେଷୀ ଯେ ଉଣ୍ଡିଛି
ଖାଲି ଘୁମେଇ ଫେରେଇ ବାଟ ଭାଙ୍ଗି ବାଟ ଛେକୁଛି
ଗୋଡ ଟଣା ନୀତିରେ ଅହରହ ପଛକୁ ଟାଣୁଛି
ଅସହିଷ୍ଣୁତା ଅସୂୟା ବିନାଶ ଲୀଳା ରଚୁଛି
ଅହିଂସାର ଧର୍ମ ନୂହେଁ ହିଂସାର ପଥ ବାଛୁଛି
ନୀତି ନାହିଁ ସବୁ ସେ ଅନୀତିର ଖେଳ ଚାଲିଛି
ସମସ୍ତେ ଆଜି ଅବାଟୁଆ ବାଟୁଆ ବା କେ ଅଛି
ପୁଣି ବାଟ ଦେଖାଇବେ ବାଟ କାଁ ନାହିଁ ଦିଶୁଛି
ମୁଁ ଏଇଠି ବସିଛି ଭାବୁଭାବୁ ସିନା ଲେଖୁଛି
ହେଲେ ଡାଆଣା ହେବା ଆମ କି ଦରକାର ଅଛି
ଏମିତି କେଉଁ ଭଲ ଲୋକଗୁଡା ମୋତେ ମିଳିଛି
ତାଙ୍କ ପାଇଁ ଆଗଭର ହୋଇ ମୁଁ ମିଛେ ମରୁଛି
ଚାଲୁଥାଉ ଦୁନିଆ ସେମିତି ଯେମିତି ଚାଲିଛି
ଯେପର୍ଯ୍ୟନ୍ତ ଆମେ ନିଜକୁ ନିଜେ ନ ବଦଳେଇଛି

Related posts

National anti terrorism day

satya

ମୁକ୍ତି ଗଙ୍ଗା

satya

କୁମ୍ଭୀର ଓ ମାଙ୍କଡ଼

satya

Leave a Comment

Login

X

Register