Satya Prakash
କବିତା

ପ୍ରାଚୀନ ଜୈନ ପୀଠ prachin jain peetha

ପ୍ରାଚୀନ ଜୈନ ପୀଠ
———–by ସତ୍ୟ ପ୍ରକାଶ ସେଠୀ

କଳିଙ୍ଗ ସମ୍ରାଟ ଖାରବେଳ କୃତି

ଉଦୟ ଓ ଖଣ୍ଡଗିରି

କୁମାର କୁମାରୀ ପର୍ବତ ଉପରେ
ଯାହା ଗୁଣି ହୁଏ ସ୍ମରି।। 1
ଅଠରଟି ଗୁମ୍ଫା ଉଦୟ ଗିରିରେ
ଯାହା ହୋଇଥିଲା ସୃଷ୍ଟି
ପନ୍ଦରଟି ପୁଣି ଖଣ୍ଡଗିରି ଗୁହେ
ରହିଅଛି ଅବଶିଷ୍ଟ।। 2
ତହିଁ ଯେ ଖୋଦିତ ଖାରବେଳ ଆଉ
ଉତ୍ତରାଧିକାରୀ ଦ୍ଵାରା
ତୀର୍ଥଙ୍କର ଲାଗି ଯାହା ପ୍ରମାଣିତ

କରେ ଇତିହାସ ପରା।। 3
3 ଅନନ୍ତ, 4 ତେନ୍ତୁଲି, 5 ଖଣ୍ଡଗିରି, 6 ଧ୍ୟାନ

1 ତତ୍ତ୍ଵ, 9 ତ୍ରିଶୂଳ, 10 ଅମ୍ବିକା
2 ତତ୍ତ୍ଵ, 8 ବାରଭୂଜି, 7 ନବମୂନି ଆଦି

14 ଏକାଦଶୀ ପୁଣି ଗୁମ୍ଫା।। 4
ଗୁମ୍ଫା ବାର ତେର ପନ୍ଦର ବେନାମୀ
14 ଲଲାଟେନ୍ଦୁ କେଶରୀ
ଏ ସବୁ ଗୁମ୍ଫାର ସଂଖ୍ୟା ବିଶେଷକ
ନାମ କରଣଟି ଭାରି।। 5
ରାଣୀ, ବାଜପୁର, ଛୋଟ ହାତୀ, ସର୍ପ
ଅଳକାପୁରୀ, ଗଣେଶ
ଠାକୁରାଣୀ, ବ୍ୟାଘ୍ର ପାତାଳୀ ପୁରୀ
ଜୟା ବିଜୟା, ପଣସ।। 6
ଯାମ୍ବେଶ୍ୱରୀ, ହାତୀ ଜଗନ୍ନାଥ, ରୋଷେଇ
ମଞ୍ଚପୁରୀ /ସ୍ଵର୍ଗପୁରୀ (ଗୋଟାକର 2ଟା ନାଁ)
ହରିଦାସ ପୁଣି ଏହି ରୂପେ ପରା
ଗୁମ୍ଫାମୟ ଉଦୟ ଗିରି।। 7
ରାଣୀ ଗୁମ୍ଫା ପରା ଅପରୂପ କଳା
ଚାରୁ ଭାସ୍କର୍ଯ୍ଯ ଭାରି
ହାତୀ ଗୁମ୍ଫା ପୁଣି ବଖାଣେ ଐତିହ୍ୟ
ଲିପି ଲିପିବଦ୍ଧ କରି।।8
ରହିଅଛି ତହିଁ ଜୈନ ତୀର୍ଥଙ୍କର

ଚବିଶ ଜଣଙ୍କ ଗାଥା
ଜୈନ କିର୍ତ୍ତୀ ସ୍ଥଳୀ ଭାରି ଆକର୍ଷଣ
କହିଥାଏ ସବୁ କଥା।।9
ମହା ମେଘ ବାହାନ ଐର ଖାରବେଳ
କଳିଙ୍ଗ ଅଧୀଶ୍ୱର(103 BCE might swornn on                                                                thrown)

ଗଢେ ଜୈନପୀଠ ପ୍ରଥମ ଶତାବ୍ଦୀ (BCE)

ପ୍ରମାଣଟି ଅଟେ ତା’ର।।10
ମାତ୍ର ସତରଟି ଧାଡ଼ିରେ ଖୋଦିତ
ଖାରବେଳ କିର୍ତ୍ତୀ ମଧ୍ୟ
ସବୁଠୁଁ ଗୁରୁତ୍ଵ ଯାହା ଉତ୍କଳୀୟ

ପରମ୍ପରା ମୂଲ୍ୟବୋଧ।। 0

Related posts

ବିଶ୍ବାସଘାତକ ଦଳ

satya

ମୋ ଗାଁ ତମାଳ ବନ mo gaon tamal ban

satya

ମାତ ହିଙ୍ଗୁଳାଈ

satya

Leave a Comment

Login

X

Register