Satya Prakash
Uncategorized

ଗୀତି କବିତା

୧/ଯାହାକୁ ଜୀବନେ ପାଇଥିଲି ଭଲ
—- Dr Satya Prakash Sethy
ଯାହାକୁ ଜୀବନେ ପାଇଥିଲି ଭଲ
ସେ ତ ଦେଲା ନାହିଁ ମୂଲ,
ନିଜର ବୋଲି ମୁଁ କରିଥିଲି ତାକୁ
ମାନିଲାନି ମୋର ବୋଲ। ୦।
ପିଛିଳ ପଥର ଥମିଲା ପାଦରେ
କେଉଁଠି ଗୁଞ୍ଜିବି ମଥା,
କହିପାରୁ ନାହିଁ ସହିପାରୁ ନାହିଁ
ମରମ ତଳର ବ୍ୟଥା।
ଯାତନାର ଯୂଇ ଜଳୁନି ଜାଳୁଛି
ହେଉଅଛି କଲବଲ। ୧।
ଛାତି କୋହକଥା ଲୁହ ମାନୁନାହିଁ
ଅବୁଝା ହେଉଛି ଅତି,
ମହୁଆ ପ୍ରୀତିର ମହୁଲିକୁ ପିଇ
ପୂହାଉଛି ନିତି ରାତି।
ଯାଚି କେ ଦେଉନି ମାଗିଲେ ମିଳୁନି
ସ୍ନେହ ମମତାର ମୂଲ। ୨।

୨/ମରମ ବେଦନା
ମରମର କଥା ମରମେ ମାରୁଛି
କାହାକୁ ହେଉନି କହି,
କହିଲେ ବି କେହି ବୁଝୁନାହିଁ ଏଠି
ଜୀବନ ଗଣିତ ବହି।୦।
ଜୀବନ ଯାତନା ସହି ହେଉ ନାହିଁ
ଦିବାନିଶି ପରାହତ,
ଅବସାଦେ ଖାଲି ଲୋତକ ଝରୁଛି
ମଥା ହୁଏ ଅବନତ।
ପରିଶ୍ରମ ସବୁ ବ୍ରୁଥାରେ ଯାଉଛି
ଶ୍ରମଝାଳ ଯାଏ ବୋହି।୧।
ଦୁନିଆଟା ପରା ଅଜବ ହେଲାଣି
କାହାକୁ କହିବ ଦୁଃଖ,
ଯୁଆଡ଼େ ଚାହିଁଲେ ସିଆଡ଼େ ଶିଝୁଛି
ସମସ୍ତେ ହୁଅନ୍ତି ରୁକ୍ଷ।
ଚାରିଆଡ଼େ ଖାଲି ବ୍ୟାଘ୍ର ସିଂହ ରଡି
ଶୁଭିଯାଏ ରହିରହି। ୨।
୩/ଦୁର୍ବାଦଳ
କଲେଜ ବେଳାର ବାନ୍ଧବୀ ମୋହର
ଦେଖିବାକୁ ଭାରି ଭଲ,
ସେଦିନ ବେଣୀକୁ ଦୋହଲାଇ ପରା
କରୁଥିଲା କଲବଲ। ୦।
ମଲମଲ ପିନ୍ଧି ଚଟକି ରାଣୀ ମୋ
ଚାତର କରଇ ଭାରି,
ଚହଟ ଚିକ୍କଣ ଚମ୍ପା ଗୋରୀ ମୋର
ସ୍ନୋହ ପାଉଡର ମାରି।
କୋଟିକରେ ଗୋଟେ ଲାବଣ୍ୟମୟୀ ସେ
ଯୁବାକାଳେ ଦୂର୍ବାଦଳ,
କଲେଜ ବେଳାର ବାନ୍ଧବୀ ମୋହର
ଦେଖିବାକୁ ଭାରି ଭଲ। ୧।
ଆଜି କିନ୍ତୁ ଦେଖେ ବିବର୍ଣ୍ଣ ଚେହେରା
ଉତ୍ତେଜନା ନାହିଁ ବାରେ,
ଅସ୍ତବ୍ୟସ୍ତ ତା’ର କେଶ ଦେଶମାନ
ବିଷର୍ଣ୍ଣତା ସର୍ବରୀରେ ।
ବୟସ ଆଧିକ୍ୟ ମେରୁ ଦଣ୍ଡ ବଙ୍କା
ପାଉନାହିଁ ଆଉ ବଳ,
କଲେଜ ବେଳାର ବାନ୍ଧବୀ ମୋହର
ଦେଖିବାକୁ ଭାରି ଭଲ। ୦।
୪/ଅପରୂପା ଅପସରା
ମନେପଡେ ଆଜି ରଙ୍ଗବତୀ କଥା
କାହାଣୀଟି ସ୍ଵପ୍ନ ଭରା,
ଆମ ଗାଁ କନିଆ କନକ ଗୋରୀ ସେ
ଭାରି ରୂପବତୀ ପରା ।୦।
ବେଣୀକି ହଲେଇ କାନିକୁ ଉଡ଼େଇ
ଚାଲୁଥିଲା ଯେବେ ବାଟେ,
ରୂପ ରାଇଜର ରାଜହଂସୀ ସାଜି
ସଭିଙ୍କ ମନକୁ ଲୁଟେ।
କହି ତ ପାରୁନି ସହିବି ପାରୁନି
ଅପରୂପା ଅପସରା
ମନେପଡେ ଆଜି ରଙ୍ଗବତୀ କଥା
କାହାଣୀଟି ସ୍ଵପ୍ନ ଭରା। ୧।
କଞ୍ଚା ହଳଦିଆ ତନୁ ପାତଳୀର
କମନୀୟ ତା’ର କାନ୍ତି
ହସିଦେଲେ ସିଏ ଶ୍ରାବଣ ଆଣଇ
ପ୍ରୀତି ଫଗୁଣର ରାତି ।
ଆଖିରେ ଆଖିଏ ମାଦକତା ଭରି
କରେ ମୋତେ ଦିଗହରା
ମନେପଡେ ଆଜି ରଙ୍ଗବତୀ କଥା
କାହାଣୀଟି ସ୍ଵପ୍ନ ଭରା । ୨।
୫/ବିଶ୍ବାସଟି ତୁମେ କର କି ନକର…
ବିଶ୍ବାସଟି ତୁମେ କର କି ନକର
ଏହା ହିଁ ତ ଧ୍ରୁବ ସତ୍ୟ,
ମରିବି ନିଶ୍ଚେ ମୁଁ ଆସନ୍ତା କାଲିକି
ହେବିନି ଯେ ଆଉ ସ୍ପୃଶ୍ଯ। 0।
ତୁମେ କି କାନ୍ଦିବ ନା ଯିବ ସାଥେ ମୋ
ପାରିବନି ତାହା କରି,
ସାଥି ଦେଇପାର ମଶାଣି ଭୂଇଁକୁ
ଶୋକ ପାଳି କିଛି ଘଡି଼।
ଶ୍ରଦ୍ଧାଞ୍ଜଳୀ ତୁମ ଫୁଲମାଳ ହାତେ
ହୋଇପାରେ ମୋର ପ୍ରାପ୍ୟ ।୧।
ତା’ପରେ ଭୁଲିବ ଭୁଲିଯିବ ମୋତେ
ତ୍ୟାଗ ବଳିଦାନ ଯେତେ,
ଭୁଲିବ ମୋ ପ୍ରେମ ଭଲ ପାଇବାଟି
ଫେରାଇ ନଦେଇ ଏତେ।
ଧନ୍ୟବାଦ କିନ୍ତୁ ଦେବାକୁ ନଥିବି
ତୁମେ ଶାନ୍ତି ମୋର କାମ୍ୟ । ୨।
୬/ଖରାବେଳ
ଜୀବନଟା ଏଠି ଖାଲି ଖରାବେଳ
ଝାଇଁ ମାରିଯାଏ କାନ,
ନିଦାଘର ଝାଞ୍ଜି ଆହାଃ କି କରୁଣ
ଶୁଖାହୁଏ ଓଦାମନ। ୦।
କାହିଁକି ଈଶ୍ୱର ଜନମ ଦେଇଣ
କଷଣ ଦେଉଛ ପଣି,
ସହି ହେଉ ନାହିଁ କହି ହେଉ ନାହିଁ
ମରମ ଦେଉଛି ହାଣି ।
ଚାରିଆଡ଼େ ଏଠି ସଂସାର ଝାମେଲା
ବ୍ୟର୍ଥତାର ହୁତାଶନ।୧।
ଜୀବନଟା କେତେ ସତେ ମଧୁମୟ
ସୁନ୍ଦର ତା’ର ଅତୀତ,
ବର୍ତ୍ତମାନ କିନ୍ତୁ ତତଲା ଢେଉ ସେ
ଦେହ ହାତ ରତରତ।
ଦୁଖଃର କରୁଣ ଲେଲିହାନ ଶିଖା
ନିଦାଘଠୁଁ ବଳବାନ।୨।
୭/ସାଳନ୍ଦୀ ସଂସ୍କାର
ସାଳନ୍ଦୀ ସଂସ୍କାର ଫସର ଫାଟିଲା
ବିକାଶ ଅଟକିଗଲା,
ସାତ ଶହ କୋଟି ଚଳୁ କରିଦେଲେ
କାହାର କି ଲାଭ ହେଲା । ୦।
ସାଳନ୍ଦୀ ନଦୀ ତ ପ୍ରେମମୟୀ ତଟ
ସାକ୍ଷ୍ୟ ଦିଏ କେଇବାରି,
ଏବେ ରତ୍ନଗର୍ଭା ଶ୍ରୀହୀନା ଦିଶୁଛି
ବେରୂପା ସାଜିଛି ଭାରି।
ଏହି ନଦୀ ଦିନେ ପାଣି ଦେଉଥିଲା
ସ୍ଵଚ୍ଛ ପାଣି ମିଳୁଥିଲା।୧।
ନାଳ ନରଦମା ପଚା ପାଣି ମିଶି
କଳା କିଟିକିଟି ହେଲା,
ପୀଡା ଦେଉଅଛି ପ୍ରାଣକୁ ବାଧୁଛି
ଅତଡା ଯେ ଖସିଗଲା।
ପୂତିଗନ୍ଧମୟ ପାଲଟିଛି ଆଜି
ପରିବେଶ ନଷ୍ଟ ହେଲା। ୨।
୮/ବାଲିଯାତ୍ରା
—by Dr Satya Prakash Sethy
ବାଲିଯାତରାରେ ଲାଗିଥାଏ ଭିଡ଼
ମେଳା ଦେଖିବାକୁ ଠୁଳ,
ଟୋକାଟୋକୀ ଦଳ ଭେଳାଭେଳି ହୋଇ
କରୁଥାନ୍ତି ବଡ଼ ଗୋଳ।0।
ଜନତା ଜମନ୍ତି କୁତୂହଳ ହୋଇ
ଏଣେତେଣେ ବୁଲୁଥା’ନ୍ତି,
ଠୁଙ୍କାପୁରୀ ଖାଇ ଫେରନ୍ତି କେତକ
ଖୁସି ଧରି ରଖିଥା’ନ୍ତି।
ଅନ୍ଧାରୀ ଉହାଡେ ମଦୁଆ ମାତାଲି
କରୁଥାନ୍ତି କେତେ ଖେଳ। ୧।
ଏହି ପ୍ରକାରରେ ମେଳା ମହୋତ୍ସବ
ଭାରି କିନ୍ତୁ ଜମିଯାଏ,
ଚାରିଆଡୁ ଲୋକେ ବୋହି ଆସନ୍ତି ଯେ
ଜନ ସମୁଦ୍ରଟି ହୁଏ।
ଏ ମେଳାଠୁଁ ଭିଡ଼ କେଉଁଠି ଦିଶେନି
ନାହିଁ ଏଠି ଖରାବେଳ । ୨।
୯/ଭୋକିଲାର ଭୋକ
ବାହାଘର ଆଜି କଲ୍ୟାଣ ମଣ୍ଡପେ
ଯାକ ଯମକରେ ହେବ,
କ୍ଷୀରି ଆରିସାରେ ଭାସିବେ ସକଳେ
ଭୋକିଲା ଭୋକରେ ଥିବ ।୦।
କେହି ବୁଝିବେନି ମଳି ମୁଣ୍ଡିଆକୁ
ଦେବେନି ତ ଲୁଚି ପୁରୀ,
ଦୂର ଦୂର କରି ଖେଦି ଗୋଡାଇବେ
କୁକୁର ମାଙ୍କଡ଼ କରି।
କି ଲାଭ ଏଥିରେ କେଉଁ ଅବା ତୁମେ
ଯଶବାନା ଉଡାଇବ ।୧।
ଉତ୍ସବ ମୁଖର ମତୁଆଲା ହୋଇ
ଭୁଲେ ମାନବୀୟ କର୍ମ,
ପୁଣ୍ଯ ପାଇଁ ନର ପୁଣ୍ଯ ନ କରିଣ
କି ଅବା ଅର୍ଜିବ ଧର୍ମ।
ଭୋକିଲା ବୋବାଳି ଶୁଭିବନି ଦଣ୍ଡେ
ବାଜା ବାଣ ଶୁଭୁଥିବ । ୨।

୧୦/ଯମଜ ଭ୍ରାତା
ଦୁଃଖ ଯେଣୁ ମୋର ଯମଜ ଭ୍ରାତା ସେ
ପାରୁନି ଯେ ପର କରି,
ମୋର ଏ ଜୀବନ ପରିଧି ଭିତରେ
ଅହରହ ବୁଲେ ଘୂରି ।0।
ତେଣୁ ମୁଁ ରଖିନି ସୁଖଟି ଆଦର
ଭାତୃ ଧର୍ମ ପରା ପାଳି,
ହେଲେ ଭାଇ ବାଦ ହେଲାଣି ଅସହ୍ୟ
ତା’ଜାଳା ଗଲାଣି ବଳି ।
ତହୁଁ ବିଭୂ ପ୍ରେମେ ରଖେ ସଦା ଲୟ
ରଖିଲେ ରଖିବ ହରି। ୧।
ସୁଖେ ସିନା ନାହିଁ ପ୍ରୟୋଜନ ଏତେ
ଦୁଃଖେ ନାହିଁ ମୋ ଆସକ୍ତି।
ସହି ହେଉ ନାହିଁ ଅସହ୍ଯ କଷଣ
କେମିତି ପାଇବି ମୁକ୍ତି।
ତାରିଲେ ତାରିବୁ ଫେଡ଼ି ଯମ କଷ୍ଟ
ଲଘୁ କରି ଅଶ୍ରୁ ବାରି । ୨।
୧୧/ଉଦ୍ୟାନ
By Satya Prakash Sethy
ଏକାମ୍ର କ୍ଷେତ୍ରରେ ଏକାମ୍ର ପାର୍କଟି
ଗୋଲାପ ଫୁଲରେ ସଜା,
ଦର୍ଶକ ଯେତକ ଘୂରିସାରି ହୋଇ
ନେଉଥିଲେ ତହିଁ ମଜା। 0।
ଉଦ୍ଯାନେ ଦେଖିଲି କେତେ ଯେ ସୁନ୍ଦରୀ
ପ୍ରେମ କରୁଥିଲେ ବସି,
କେବେ ଭିଡ଼ାଭିଡ଼ି କେବେ ଛଡାଛଡି
ରାହସ ହୁଅନ୍ତି ହସି।
ହିନ୍ଦୀ ସଙ୍ଗୀତର ମୂର୍ଚ୍ଛନା ତୋଳିଣ
ବାଜୁଥିଲା ସେଠି ବାଜା। ୧।
ଦେଖିଲି ମୋହର ପ୍ରେମିକା ପ୍ରବୀଣା
ସାଥେ ଧରି ଏକ ଯୁବା,
କୋଳରେ ଶୋଇଚି ଗେହ୍ଲ ହେଉଅଛି
ପାଲଟିଗଲି ମୁଁ କାବା ।
ଭାରି ମନୋହର ସୁନ୍ଦର ଦିଶୁଛି
ଦେଉଥିଲା ମୋତେ ସଜା। ୨।
୧୨/ସାଇଙ୍କୁ ପାଇଲି ନାହିଁ …
ସାଇ ସାଇ ବୋଲି ପଡ଼ିଛି ଚହଳ
ସାଇଙ୍କୁ ପାଇଲି ନାହିଁ,
ଦୁଃଖରେ ପଡ଼ିଛି ସୁଖରେ ଖୋଜୁନି
ଦୁଃଖ ଟିକେ ଯାଉ ନାହିଁ।।
କେମିତି ଯାପିବି ଜୀବନ ତମାମ
ଦୁଃଖ ଯେ ଯାଉଛି ଭରି,
ସୁଖେ ସିନା ମୋର ନାହିଁ ପ୍ରୟୋଜନ
ଦୁଃଖେ କିନ୍ତୁ ହୁଏ ଘାରି।
କେମିତି ଲଭିବି ନିସ୍କୃତି ତହିଁରୁ
ଉପାୟ ତ ପାଉ ନାହିଁ। ୧।
ତୁମରି ଦର୍ଶନ ଅଭିଳାଷ କରି
ବସିଛି ମୁଁ ଏଠି ଏକା,
ଦେଉନୁ ତୁ ମୋତେ ବାରେ ଖାଲିି ଦେଖା
ଖୋଲି ଯାା’ ନ୍ତା ଜ୍ଞାନ ବେକା।।
ତୁ ପରା ଈଶ୍ଵର ସର୍ବ ଶକ୍ତିମାନ
ଦୁଃଖ କିଆଁ ହରୁ ନାହିଁ।୨।
୧୩/ତୁମେ ବଳେ ଦେଖା ଦିଅ
—by Dr Satya Prakash Sethy
ସାଇ ତୁମେ କାଳେ ଭାରି ଭଲ ଲୋକ
ତୁମେ ବଳେ ଦେଖା ଦିଅ
ଗର୍ବ ମୋହ ସବୁ ପରିତ୍ୟାଗ କଲେ
ତୁମେ ପରା ଦେଖା ଦିଅ। ୦।
ଦାନ ଧ୍ୟାନ ଆମେ ଦୁଃଖୀ ଜନେ କଲେ
ତୁମେ ପରା ଦେଖା ଦିଅ,
ଅନ୍ୟକୁ କେହି ତ ଆହାଃ ପଦେ କଲେ
ତୁମେ ପରା ଦେଖା ଦିଅ।
ଅହଙ୍କାରୀ ଜନ ଅହଂ ଶୂନ୍ୟ ହେଲେ
ତୁମେ ପରା ଦେଖା ଦିଅ।୧।
ଭକ୍ତିରେ ପୂଜିଲେ ଭକତ ପ୍ରବର
ତୁମେ ପରା ଦେଖା ଦିଅ,
ରୋଗ ବ୍ୟାଧି ଜରା ଭୋଗାଭୋଗ ହେଲେ
ତୁମେ ପରା ଦେଖା ଦିଅ।
ନିରନ୍ନ ଜନତା କ୍ଷୁଧାରେ ରହିଲେ
ତୁମେ ପରା ଦେଖା ଦିଅ।୨।

୧୪.ତୃଷ୍ଣା


ପ୍ରଥମେ ଯେବେଟି ତୁମେ ଦେଖିଥିଲି
ଭରିଥିଲା ତୃଷ୍ଣା ମନେ
ମେଳା ମହୋତ୍ସବେ ଖୋଜିଥିଲି କେତେ
ପାଇଲିନି ତୁମେ କେଣେ ।୦।
ଯେବେ ପୁଣି ଖୋଜି ପଡ଼ିଗଲି ଥକି
ହାତଧରି ନେଲ ଟାଣି,
ଦୃଷ୍ଟି ଆଢୁଆଳେ ଲୁଚିଗଲେ ଆମେ
ଲାଜେ ମୁହଁ ଦେଲ ହାଣି।
ପରଶେ ତୁମରି କି ଅଛି ଶକତି
କହିବ କି ଟିକେ କାନେ
ପ୍ରଥମେ ଯେବେଟି ତୁମେ ଦେଖିଥିଲି
ଭରିଥିଲା ତୃଷ୍ଣା ମନେ। ୧।

ତୁମ ପ୍ରତି ମୋରେ ନିଘାପଣ ଏତେ
ନକହିଲେ ଖୋଲି କଥା
ମରମ ବେଦନା ମରମେ ମରୁଛି
ସହି ହେଉନାହିଁ ବ୍ଯଥା।
ଲୋକଲଜ୍ଜା ଛାଡ଼ି ଯିବା ଆମେ ଚାଲି
ରହିବା ପଛକେ ବନେ
ପ୍ରଥମେ ଯେବେଟି ତୁମେ ଦେଖିଥିଲି
ଭରିଥିଲା ତୃଷ୍ଣା ମନେ। ୨।

୧୫. ବର୍ଷାଭିଜା ରାତି


ବର୍ଷାଭିଜା ରାତି ମନେପଡେ ସ୍ମୃତି
କରେ ମୋତେ ଦିଗହରା,
ଆମ ଗାଁ କୁଆଁରୀ କନକ ଗୋରୀ ସେ
ହସ ତା’ର ମଧୁଝରା ।୦।
ବେଣୀକି ହଲାଇ କାନିକୁ ଉଡ଼ାଇ
ଚାଲୁ ଥିଲା ବେଳେ ବାଟେ,
ରୂପ ରାଇଜର ରାଜହଂସୀ ସାଜି
ସଭିଙ୍କ ମନକୁ ଲୁଟେ।
କହି ହୁଏ ନାହିଁ ସହି ହୁଏ ନାହିଁ
ଲାଜେ ହୁଏ ଦରମରା। ୧।
କଞ୍ଚା ହଳଦିଆ ତନୁପାତଳୀର
ଉକୁଟି ଉଠଇ ରଙ୍ଗ,
ଗୋରୀ ଚମଡ଼ିକୁ ତନୁ ପାତଳୀ ସେ
ଫୁଟି ଦିଶେ କୋମଳାଙ୍ଗ।
ଆଖିରେ ଆଖିଏ ମାଦକତା ଭରେ
ମେଘର ଅସରା ଧାରା ।୨।

୧୬.ମନ ପାରା

ଜଗତର ନାଥ ଆହେ ଜଗନ୍ନାଥ

ତୋତେ ନେଇ କାବ୍ୟ ଲୀଳା

କେତେ ରୂପେ କବି ନାନା ଭାବେ ଗୁନ୍ଥେ

ଭଜନ ଜଣାଣ ମାଳା ।0।

ତୋ କଥାଟି କେବେ ପଡିଲେ ମୋ ମନେ

ଅଭିମାନେ ହୁଏ ଗୁଣି

କୋହ ଉଠେ ଭାରି ଦୁଃଖ ତାପେ ଝଳି

ପାରେନି ମୁଁ କିଛି ଭଣି ।
ମୋର କାହିଁ ଇଚ୍ଛା ତୋତେ ଦେଖିଦେଲେ

ଥରେରେ କାଳିଆ ଡୋଳା।୧।

କି କହିବି ପୁଣ ଗୁପତ କୋଉଟା

ସବୁ ପରା ତୋତେ ଜଣା

ଯାହା ତୁ ଚାହିଁଛୁ ତାହା ମୁଁ କରିଛି

ବାଟ ଚାଲି ଚାଲି ବଣା।

ସବୁ ଇଚ୍ଛା ମୋର ତୋଠିଁ ସମାପିତ

ନାଚିଉଠେ ମନ ଦୋଳା ।୨।
୧୭.ଏକା ଥିବେ ହରି
ଧନ ଦଉଲତେ ନାହିଁ ପ୍ରୟୋଜନ
ସର୍ବେ ଯିବେ ଏକା ପରି
ନଥିବେ ସାଥୀରେ ସଖା ପରିଜନ
ଶେଷେ ଥିବେ ଏକା ହରି।0।
ସମସ୍ତେ ଧାଆଁନ୍ତି ଆତ୍ମ ପରିଚିତି
ଅର୍ଥ ଯୌବନ ଲାଳସେ,
ପଦ ପଦବୀରେ ସୁଉଚ୍ଚ ସୋପାନ
ନଥାଉ ମାନବତା ସେ ।
କେତେ ଯେ ନାଟକ ନିତି ଭିଆଉଛି
ମିଛେ ମାୟା ମୋହେ ପଡ଼ି
ନଥିବେ ସାଥୀରେ ସଖା ପରିଜନ
ଶେଷେ ଥିବେ ଏକା ହରି।।୧ ।
ହେଲେ ସବୁଠାରୁ ଖୁସିର ମଣିଷ
ଭୂ’ରେ ସେହୁ ଏକ ଜନ
ଯିଏ ବୁଝେ ନାହିଁ ଏସବୁର ମୂଲ୍ୟ
ବୁଝିଛି ସେ ଭଗବାନ।।
ସବୁ ତ ବୁଝୁଛି ନବୁଝି ସିଝୁଛି
ବୁଝିବାର ଢୋଙ୍ଗ କରି
ନଥିବେ ସାଥୀରେ ସଖା ପରିଜନ
ଶେଷେ ଥିବେ ଏକା ହରି।।୨।

୧୮.ଭାଇକୁ ପାଇଲି ନାହିଁ

ଭାଇ ଭାଇ ବୋଲି କେତେ ମୁଁ ଖୋଜିଲି
ଭାଇକୁ ପାଇଲି ନାହିଁ
ପରିବାର ବୋଲି କେତେ ଘୂରିସାରି
ଦେଖା ଦେଲେ ନାହିଁ କେହି। 0।
ସାଙ୍ଗ ସାଥୀ କଥା ପଚାରି କି ଲାଭ
ଦୁନିଆଟା ବେଇମାନି
ସଖା ପରିଜନ ବନ୍ଧୁ ବାନ୍ଧବ ତ
ସବୁ ହେଲେ ଧୋକା ବାଜି।
ଏକଲା ଚାଲରେ ମନ୍ତ୍ରରେ ଦିକ୍ଷିତ
ହେଲେ ମୁକ୍ତି ପାଉ ନାହିଁ
ଭାଇ ଭାଇ ବୋଲି କେତେ ମୁଁ ଖୋଜିଲି
ଭାଇକୁ ପାଇଲି ନାହିଁ। ୧।
କାହାକୁ ନେଇ ଯେ କରିବି ସଂସାର
ପୃଥିବୀଟା ବିଷପିତା
ବୁଦ୍ଧିବାଟ କାହିଁ ନାହିଁ ଦିଶୁ ଅଛି
କେଣେ ଯେ ପାତିବି ମଥା ।
ଦେହ ହାତ ସବୁ ଅବଶ ହେଲାଣି
କେଣେ ଶକ୍ତି ପାଉ ନାହିଁ
ଭାଇ ଭାଇ ବୋଲି କେତେ ମୁଁ ଖୋଜିଲି
ଭାଇକୁ ପାଇଲି ନାହିଁ। ୨।

୧୯.ମନ ପାରା

ଜଗତର ନାଥ ଆହେ ଜଗନ୍ନାଥ

ତୋତେ ନେଇ କାବ୍ୟ ଲୀଳା

କେତେ ରୂପେ କବି ନାନା ଭାବେ ଗୁନ୍ଥେ

ଭଜନ ଜଣାଣ ମାଳା ।0।

ତୋ କଥାଟି କେବେ ପଡିଲେ ମୋ ମନେ

ଅଭିମାନେ ହୁଏ ଗୁଣି

କୋହ ଉଠେ ଭାରି ଦୁଃଖ ତାପେ ଝଳି

ପାରେନି ମୁଁ କିଛି ଭଣି ।
ମୋର କାହିଁ ଇଚ୍ଛା ତୋତେ ଦେଖିଦେଲେ

ଥରେରେ କାଳିଆ ଡୋଳା।୧।

କି କହିବି ପୁଣ ଗୁପତ କୋଉଟା

ସବୁ ପରା ତୋତେ ଜଣା

ଯାହା ତୁ ଚାହିଁଛୁ ତାହା ମୁଁ କରିଛି

ବାଟ ଚାଲି ଚାଲି ବଣା।

ସବୁ ଇଚ୍ଛା ମୋର ତୋଠିଁ ସମାପିତ

ନାଚିଉଠେ ମନ ଦୋଳା ।୨।
୨୦.ଏକା ଥିବେ ହରି
ଧନ ଦଉଲତେ ନାହିଁ ପ୍ରୟୋଜନ
ସର୍ବେ ଯିବେ ଏକା ପରି
ନଥିବେ ସାଥୀରେ ସଖା ପରିଜନ
ଶେଷେ ଥିବେ ଏକା ହରି।0।
ସମସ୍ତେ ଧାଆଁନ୍ତି ଆତ୍ମ ପରିଚିତି
ଅର୍ଥ ଯୌବନ ଲାଳସେ,
ପଦ ପଦବୀରେ ସୁଉଚ୍ଚ ସୋପାନ
ନଥାଉ ମାନବତା ସେ ।
କେତେ ଯେ ନାଟକ ନିତି ଭିଆଉଛି
ମିଛେ ମାୟା ମୋହେ ପଡ଼ି
ନଥିବେ ସାଥୀରେ ସଖା ପରିଜନ
ଶେଷେ ଥିବେ ଏକା ହରି।।୧ ।
ହେଲେ ସବୁଠାରୁ ଖୁସିର ମଣିଷ
ଭୂ’ରେ ସେହୁ ଏକ ଜନ
ଯିଏ ବୁଝେ ନାହିଁ ଏସବୁର ମୂଲ୍ୟ
ବୁଝିଛି ସେ ଭଗବାନ।।
ସବୁ ତ ବୁଝୁଛି ନବୁଝି ସିଝୁଛି
ବୁଝିବାର ଢୋଙ୍ଗ କରି
ନଥିବେ ସାଥୀରେ ସଖା ପରିଜନ
ଶେଷେ ଥିବେ ଏକା ହରି।।୨।

୨୧.ଭାଇକୁ ପାଇଲି ନାହିଁ

ଭାଇ ଭାଇ ବୋଲି କେତେ ମୁଁ ଖୋଜିଲି
ଭାଇକୁ ପାଇଲି ନାହିଁ
ପରିବାର ବୋଲି କେତେ ଘୂରିସାରି
ଦେଖା ଦେଲେ ନାହିଁ କେହି। 0।
ସାଙ୍ଗ ସାଥୀ କଥା ପଚାରି କି ଲାଭ
ଦୁନିଆଟା ବେଇମାନି
ସଖା ପରିଜନ ବନ୍ଧୁ ବାନ୍ଧବ ତ
ସବୁ ହେଲେ ଧୋକା ବାଜି।
ଏକଲା ଚାଲରେ ମନ୍ତ୍ରରେ ଦିକ୍ଷିତ
ହେଲେ ମୁକ୍ତି ପାଉ ନାହିଁ
ଭାଇ ଭାଇ ବୋଲି କେତେ ମୁଁ ଖୋଜିଲି
ଭାଇକୁ ପାଇଲି ନାହିଁ। ୧।
କାହାକୁ ନେଇ ଯେ କରିବି ସଂସାର
ପୃଥିବୀଟା ବିଷପିତା
ବୁଦ୍ଧିବାଟ କାହିଁ ନାହିଁ ଦିଶୁ ଅଛି
କେଣେ ଯେ ପାତିବି ମଥା ।
ଦେହ ହାତ ସବୁ ଅବଶ ହେଲାଣି
କେଣେ ଶକ୍ତି ପାଉ ନାହିଁ
ଭାଇ ଭାଇ ବୋଲି କେତେ ମୁଁ ଖୋଜିଲି
ଭାଇକୁ ପାଇଲି ନାହିଁ। ୨।

୨୨.ତୃଷ୍ଣା

ପ୍ରଥମ ଦେଖାରେ ବିହ୍ୱଳିତ ପ୍ରାୟେ
ଯାଗିଥିଲା ତୃଷ୍ଣା ମନେ
ମେଳା ମହୋତ୍ସବେ ଖୋଜିଥିଲି କେତେ
ପାଇଲିନି ତୁମେ କେଣେ ।୦।
ଯେବେ ଖୋଜି ଖୋଜି ପଡ଼ିଗଲି ଥକି
ହାତଧରି ନେଲ ଟାଣି,
ଦୃଷ୍ଟି ଆଢୁଆଳେ ଲୁଚିଗଲେ ଆମେ
ଲାଜେ ମୁହଁ ଦେଲ ହାଣି।
ପରଶେ ତୁମରି କିବା ଅଛି ଶକ୍ତି
କହିବ କି ଟିକେ କାନେ
ପ୍ରଥମ ଦେଖାରେ ବିହ୍ୱଳିତ ପ୍ରାୟେ
ଯାଗିଥିଲା ତୃଷ୍ଣା ମନେ । ୧।

ତୁମ ପ୍ରତି ମୋରେ ନିଘାପଣ ଏତେ
ନକହିଲେ ମୁହେଁ କଥା
ମରମ ବେଦନା ମରମେ ମାରୁଛି
ସହି ହେଉନାହିଁ ବ୍ଯଥା।
ଲୋକଲଜ୍ଜା ତେଜି ଯିବା ଆମେ ଚାଲି
ରହିବା ପଛକେ ବନେ
ପ୍ରଥମ ଦେଖାରେ ବିହ୍ୱଳିତ ପ୍ରାୟେ
ଯାଗିଥିଲା ତୃଷ୍ଣା ମନେ। ୨।

୨୩.ଅପେକ୍ଷା
By Dr Satya Prakash
ଅପେକ୍ଷାର କାହିଁ ଘଟୁନାହିଁ ଅନ୍ତ
ଜୀବଦଶା ଭୋଗିଲାଣି
ଏଡିକି କଷଣ କିମ୍ପାଇଁ ଦେଲୁ ଲୋ
ହଟିବାର ନାଁ ନେଉନି।୦।
ତଥାପି ବଞ୍ଚିଛି ବଞ୍ଚିବାର ମୋହେ
ତୋର ନାହିଁ କାହେ ନିଘା
ଏଡ଼ିକି ଦାରୁଣ ଦୁଃଖ ଦେଲୁ ମୋତେ
ମୁଖେ ନାହିଁ ଆଉ ପଘା।
ତୋତେ କହି ଏତେ ଲାଭ ନାହିଁ ସେତେ
ସିଆଣିଆ ଜାଣିଶୁଣି
ଅପେକ୍ଷାର କାହିଁ ଘଟୁନାହିଁ ଅନ୍ତ
ଜୀବଦଶା ଭୋଗିଲାଣି।୧।
ଯାହା ପାରି ତାହା ମନକୁ ଆସିବ
ବକିଯିବି ଆଜି ତାହା
ସେତେବେଳେ ତୁହି ଧରିବୁନି ମୋର
ଦୋଷ ତ୍ରୁଟି ହେବ ଯାହା।
ଯାତନା ଯୂଇରେ ଜଳିଜଳି ମୁହିଁ
ଶିଝିଲିଣି ଗୋଟାପୁଣି
ଅପେକ୍ଷାର କାହିଁ ଘଟୁନାହିଁ ଅନ୍ତ
ଜୀବଦଶା ଭୋଗିଲାଣି।୨।

୨୪.ଜୀବନ ଯାଉଚି
—by Dr satya prakash
କାହିଁ ପାଇଁ ମୋତେ କଷଣ ଦେଲୁ ଲୋ
ସୁଖେ ନାହିଁ ପ୍ରୟୋଜନ
ଦୁଃଖ ଭାଗ କିନ୍ତୁ ବଢ଼ିଯାଏ ଏତେ
ସଦା ବିରସଟି ମନ ।
ତୋତେ ପରା ମୁହିଁ କରିଥିଲି ଆଶ
ପୂରଣ ହେବ ଅଭୀଷ୍ଟ
ହେଲେ ଲୁଟିନେଲୁ ସବୁକିଛି ମୋର
ଦେଲୁ ଜାତକେ ଅନିଷ୍ଠ ।0।
ଆଜି କେଉଁଥିରେ ନାହିଁ ମୋ ଢଳନ
ତୋଠିଁ ଖାଲି ଅଭିମାନ
କାହିଁ ପାଇଁ ମୋତେ କଷଣ ଦେଲୁ ଲୋ
ସୁଖେ ନାହିଁ ପ୍ରୟୋଜନ।୧।
ଜୀବନ ଗୋଟାକ ଜଞାଳେ ଭରିଛି
ଦିଶୁ ନାହିଁ ବୁଦ୍ଧିବାଟ
କଷଣ ଯାଉନି ଜୀବନ ଯାଉଚି
ଜଟିଳ ସଂସାର ହାଟ।
ନାଟ ଲାଗିଛି ଲୋ ହଟ୍ଟଗୋଳ ଏଠି
କେତେ ଗାଇବି ଦୁର୍ଗୁଣ
କାହିଁ ପାଇଁ ମୋତେ କଷଣ ଦେଲୁ ଲୋ
ସୁଖେ ନାହିଁ ପ୍ରୟୋଜନ।୨।

୨୫.ଅସରା ସପନ
By Dr satya prakash
ଏମିତି ମନକୁ କେତେ ଯେ ଆସିଛି
ଅସରା ସପନ ମିତ
ବିଶ୍ବାସ ତୁଟିଛି ଭରସା ପାଇନି
ଗୋଟାଏ ହୋଇନି ସତ।୦।
ଜୀବନଟା ମୋର ଅସାର ବେକାର
ପାଉ ନାହିଁ କିଛି ପଥ
ଯେଉଁ ପଥ ଦିନେ ବାଛିଥିଲି ମୁହିଁ
ସବୁ ସେ ହେଲାଣି ବିପଥ।
ଜୀବନର ମୋର ଯେତେ ଥିଲା ସୁଖ
ସବୁ ସେ ହୋଇଛି ଗତ
ଏମିତି ମନକୁ କେତେ ଯେ ଆସିଛି
ଅସରା ସପନ ମିତ।୧।
ଅତୀତଟା ମୋତେ କରେ ବ୍ୟସ୍ତଆସ୍ତ
ଭାଙ୍ଗିଛି ଆଶା କୋଣାର୍କ
ବର୍ତ୍ତମାନଟା ବି କେଉଁ ସୁଖପ୍ରଦ
ଜୀବନ ପାଲଟେ ନର୍କ।
ତଥାପି କଲେ ବି ବିଗତକୁ ବାଏ
ଆଗତକୁ ଯେ ସ୍ଵାଗତ
ଏମିତି ମନକୁ କେତେ ଯେ ଆସିଛି
ଅସରା ସପନ ମିତ। ୨।

୨୬.ସୁଲୁସୁଲୁ ବହେ ବାଆ
by Dr satya prakash sethy
ଆମ୍ବ ଗଛ ମୂଳେ ନଦୀ ପଠା ତଳେ
ସୁଲୁ ସୁଲୁ ବହେ ବାଆ
ଦେହ କଲବଲ ମନ ସଲସଲ
ପୁଲକିତ ହୁଏ ହିଆ ।୦।
ଆଲୋ ହେ ଗୁମାନୀ ଚହଟ ଚାହାଣୀ
ଫୁଲେଇ ହେଉଛୁ କିଆଁ
ତୋ ଚାତର ପୁଣି ଜାଣି ନାହିଁ ମୁହିଁ
ଛୋପରା ହେଉଛ ଟିଆଁ ।
ମହମହ ବାସେ ଗଭାରେ ଖୋସିଛ
ଫୁଟିଛି କି ବଣେ କିଆ
ଆମ୍ବ ଗଛ ମୂଳେ ନଦୀ ପଠା ତଳେ
ସୁଲୁ ସୁଲୁ ବହେ ବାଆ। ୧।
ରୁଷ୍ ନା ରାଗନା ନା ନା ନା ରାଗନା
ଦେବିନି ମୋଟେ ଦେବିନି
ଦେ ଦେ ମୋ କ୍ଲିପ ଖୋସିବି ଗଭାରେ
ତୋ କନିଆ ମୁଁ ହେବିନି ।
ଦେହ ଛନଛନ ମନ କନକନ
ପବନ ଏଠି ଶୀତୁଆ
ଆମ୍ବ ଗଛ ମୂଳେ ନଦୀ ପଠା ତଳେ
ସୁଲୁ ସୁଲୁ ବହେ ବାଆ। ୨।

୨୭.ମୁଁ କିଏ
—by Dr
ମୁଁ କିଏ, ମୁଁ କିଏ?
ଚାଲିଚି ମୁଁ ଏକା ପଥ ବହୁ ଦୂର
ଦିଗହରା ମୁଁ ପଥିକ
ଜାଣେନା ଏ ପଥ ସରିବ କେଉଁଠି
ଚାଲିବି ଜୀବନଯାକ,
ଆସିବ କି କେହି ମୋହର ପଥରେ
ହାତ ଧରି ନେବ ଯିଏ,
ମୁଁ କିଏ, ମୁଁ କିଏ?
ଉଡ଼ୁଥିଲି ଦିନେ ଆକାଶକୁ ଛୁଇଁ
ନଥିଲା କାହାକୁ ଡର
ଆଜି କିଆଁ ମୁଁ ଯେ ଥକି ପଡୁଅଛି
ସାହା କେହି ନାହିଁ ମୋର
କେଉଁ ଦୋଷ ମୋର କିଏ ବା କହିବ
ପର ମୋ ଛେଦିଲା କିଏ
ମୁଁ କିଏ, ମୁଁ କିଏ?
କାହା ପାଇଁ ଆଜି ଅଭିନୟ କରେ
କାହିଁକି ମୁଁ ଜାଣେ ନାହିଁ
ଏ ବାଟ କେଉଁଠି ସରିଯିବ କେବେ
କେ ଆସିବ ମୋ ପାଇଁ
ଗତି ମୋର ଆଜି କେଉଁଆଡ଼େ କୁହ
କାହିଁକି ସେ ଡାକି ନିଏ
ମୁଁ କିଏ, ମୁଁ କିଏ?

୨୮.ଗୀତ – ୩

ପୁ:ଶୁଲି ଲୋ ଶୁଲି ଯାଆନା ଚାଲି
ପାଖକୁ ଟିକେ ଆ’,
ସ୍ତ୍ରୀ :ଆରେ ହୁରିଆ ବଡ଼ ବେହିଆ
ଧରନା ମୋର ନାଁ ।ଘୋଷା।
ପୁ :ତୁ ପରା ମୋର ପାନ ପତର
ମୁଁ ତୋର ଫୁଲ ଶର,
ସ୍ତ୍ରୀ :କହନା ଏତେ ମଉନ ମୁହାଁ
ଦେଖାନା ଏତେ ଚାତର।
ପୁ:ଶୁଲି ଲୋ ଶୁଲି ଯାଆନା ଚାଲି
ପାଖକୁ ଟିକେ ଆ,
ସ୍ତ୍ରୀ :ଆରେ ହୁରିଆ ବଡ଼ ବେହିଆ
ଧରନା ମୋର ନାଁ ।୧।
ପୁ :ଫୁଲେଇ ରାଧା ଦେ’ ନା ବାଧା
ମରିଯିବି ତୋ ବିନା,
ସ୍ତ୍ରୀ :ଆହା ଲୋ ମୋର ଫୁଲ ରସିଆ
ତୋ କଥା ମୋତେ ଜଣା।
ପୁ :ଶୁଲି ଲୋ ଶୁଲି ଯାଆନ ଚାଲି
ପାଖକୁ ଟିକେ ଆ,
ସ୍ତ୍ରୀ :ଆରେ ହୁରିଆ ବଡ଼ ବେହିଆ
ଧରନା ମୋର ନାଁ ।୨।

୨୯.ଫୁଲ ଝରା ଏଇ ଫଗୁଣ

ସ୍ତ୍ରୀ – ଫୁଲ ଝରା ଏଇ ଫଗୁଣ
ପୁ – ମଧୁଭରା ଏଇ ଲଗନ
ସ୍ତ୍ରୀ – କିଏ ତୁମେ ସାଥୀ ଅଜଣାରେ ଆସି
କଲ ମୋତେ ଏତେ ମଗନ
ସ୍ତ୍ରୀ :ଫୁଲ ଝରା ଏଇ ଫଗୁଣ
ପୁ :ମଧୁଭରା ଏଇ ଲଗନ ।ଘୋଷା।
ପୁ-ଦୂର ଝାଉଁବଣେ ଜହ୍ନ ହସୁଛି
ଫୁଲିଛି ସାଗର ଛାତି,
ସ୍ତ୍ରୀ – ଅକାଶରେ ଦେହେ କୋଟି ତାରା ଫୁଲ
ହସେ ଏ ମଧୁର ରାତି।
ପୁ – ତୁମେ କି ଜାଣ ନା ବିରହୀ ଛାତିରେ
କେତେ ଯେ ଅସରା ସପନ,
ସ୍ତ୍ରୀ :ଫୁଲ ଝରା ଏଇ ଫଗୁଣ
ପୁ :ମଧୁଝରା ଏଇ ଲଗନ ।୧।
ସ୍ତ୍ରୀ-ନୀଳ ଆକାଶର କଳା ମେଘ ତୁମେ
ଦିଅ ମୋ ମନ ଭିଜାଇ,
ପୁ – ମୟୂରୀ ଗୋ ତୁମେ ନାଚି ଯାଅ ଆଜି
ସବୁଜ ବନ ହସାଇ।
ଉଭୟେ – ଇନ୍ଦ୍ର ଧନୁର ସାତ ରଙ୍ଗ ନେଇ
ରଙ୍ଗାଇବା ତନୁ ମନ
ସ୍ତ୍ରୀ :ଫୁଲ ଝରା ଏଇ ଫଗୁଣ
ପୁ : ମଧୁଝରା ଏଇ ଲଗନ । ୨।
୩୦.ଝୁମା ଝୁମା ରାତି
—by Dr satya prakash
ଝୁମା ଝୁମା ରାତି
ଚୁମା ଚୁମା ପ୍ରୀତି ।(ଘୋଷା)
ଏଇ ଲଗନରେ ଏଇ ସେ ବେଳାରେ
ଭିଜି ଯିବା ଆମେ ସାଥୀ,
ନିଝୁମ ରାତିରେ ମାତିଯିବା ଆମେ
ଗାଇଯିବା ଚାଲ ଗୀତି।
ଦେହ ତାତିଲାଣି ମନ ମାତିଲାଣି
ଅସହ୍ଯ ହେଲାଣି ତାତି,
ଝୁମା ଝୁମା ରାତି
ଚୁମା ଚୁମା ପ୍ରୀତି ।୧।
ଏଇ କ୍ଲବବାର୍ ମଦୁଆ ଆଡ୍ଡାରେ
ଠିକଣା ଯିବ ଲୋ ହଜି,
ଝାମ୍ପି ନେବେ ଏଠି ଛକି ବସିଛନ୍ତି
ଚାରିଆଡ଼େ ଖାଲି ପାଜି ।
ପ୍ରେମୀ ଯୁଗଳଙ୍କ ଭିଡ଼ ଲାଗେ ଏଠି
ଧକ୍ ଧକ୍ ହୁଏ ଛାତି,
ଝୁମା ଝୁମା ରାତି,
ଚୁମା ଚୁମା ପ୍ରୀତି ।୨।

୩୧.ଜଗାରେ ଜଗା
—by Dr satya prakash
ରେ ଜଗାରେ ଜଗା ! ନଜଗାଇଲେ ତୁ
କେମିତି ଜାଗିବ ସିଏ ?
ସ୍ଥାଣୁ ପାଲଟିଛି ମଣିଷ ଜାତିଟା
ଅତୀତ ବିସ୍ମରି ଯାଏ ।୦।
ସତରେ ଜଗା ତୁ ନ ଚାହିଁଲେ ପରା
କିଛି ନାହିଁ ମୋର ଏଠି
ତୋ ଇସାରା ବିନା କାହିଁ କିଶ ସିଦ୍ଧି
ସବୁ ଲାଗୁଅଛି ସିଠା ।
କୁମ୍ଭକର୍ଣ୍ଣୀ ନିଦ୍ରା ଘୋଟେ ସର୍ବରୀରେ
ତାକୁ ଜଗାଇବ କିଏ?
ରେ ଜଗାରେ! ଜଗା ନଜଗାଇଲେ ତୁ
କେମିତି ଜାଗିବ ସିଏ? ୧।
ତୁ ସିନା ଚାହିଁଲେ ପଙ୍ଗୁ ଲଙ୍ଘେ ଗିରି
ନିର୍ବାକ ମୁହଁରେ କଥା
ତୋ ବିନା ଦିଶେନା ବୁଦ୍ଧି ବାଟ କିଛି
ଶ୍ରମ ସିନା ଖାଲି ବୃଥା।
ଅନ୍ଧକାର ନାଶି ଆଲୋକ ବର୍ତ୍ତିକା
ଜାଳିବା ଲୋକଟା କିଏ?
ରେ ଜଗାରେ! ଜଗା ନଜଗାଇଲେ ତୁ
କେମିତି ଜାଗିବ ସିଏ ?୨।

Login

X

Register