Satya Prakash
କବିତା

ପ୍ରେସ ସ୍ଵାଧୀନତା ଦିବସ

ପ୍ରେସ ସ୍ଵାଧୀନତା ଦିବସରେ ଆମେ

ଶ୍ରଦ୍ଧାଞ୍ଜଳି ତୁମେ ଢାଳେ
ଯେଉଁ ସମ୍ବାଦିକ ଜୀବନ ଦେଇଛି
ସତ୍ୟାନୁସନ୍ଧାନ ମୂଳେ।। 1
ତୁମର ବୀରତ୍ୱ ସାହାସିକ ପଣେ
ଆମେ ପ୍ରଭାବିତ ହୁଏ
ନ ଡରି ନ ଦବି ସାମ୍ବାଦିକତାକୁ
କେମିତି ଗୁରୁତ୍ଵ ଦିଏ।। 2
ଆଜିର ଦିନରେ ସମ୍ବାଦ ପତ୍ରର

ନିରପେକ୍ଷତା ଯେ ପ୍ରଶ୍ନ
ତଥାପି ସମ୍ବାଦ ପ୍ରସାରଣ କ୍ଷେତ୍ରେ
ଭୂମିକା ତା ଅନବଦ୍ଯ।। 3
ଯାହା ହେଲେ ମଧ୍ୟ ପତ୍ରକାର ଗଣ
ଅଟେ ପରା ସତ୍ୟନିଷ୍ଠ
ନିଜକୁ ଠେଲିଣ ବିପଦ ମୁହଁକୁ
ସତ୍ୟ ଖୋଜି ସହେ କଷ୍ଟ ।।4
ସମ୍ବାଦ ପତ୍ରକୁ ମୁକ୍ତ ଓ ଅବାଧ
ନିରପେକ୍ଷ ରଖିଥିବ
ନୋହିଲେ ସତ୍ୟ ଯେ ଦୃଷ୍ଟି ଆଢୁଆଳେ
ଅନ୍ଧକାରେ ଲୁଚି ଯିବ।। 0

Related posts

ବିଦେଶଗତାଙ୍କୁ କହିବା କି ପଦେ

satya

ଉତ୍କଳମଣି Gopabandhu

satya

କୃତଜ୍ଞତା

satya

Leave a Comment

Login

X

Register