Satya Prakash
Uncategorised

ବ୍ଲାକ୍ ଟପ୍

ବ୍ଲାକ୍ ଟପ୍
—-by ସତ୍ୟ ପ୍ରକାଶ ସେଠୀ
ଚାଇନା ସାଙ୍ଗକୁ ପାକିସ୍ଥାନ ମିଶି
ଯୁଦ୍ଧ କରିବାକୁ ମନ
ହେଲେ ଭାରତକୁ ଦେବା ପରାଭବ
ସହଜ ହେବନି ଧନ।।
ଚାଇନା ଭାରତ ମୁହାଁମୁହିଁ ଆଜି
ସୀମାନ୍ତରେ ସୈନ୍ୟ ଦଳ
ବ୍ଲାକ୍ ଟପ୍ କଲା କବଜା ଭାରତ
ଦେଖାଇଲା ନିଜ ବଳ।।
ଭାଙ୍ଗି ଗଲା ଗର୍ବ ଭୂଶାୟିତ ହେଲା
ଚାଇନାର ଦମ୍ଭ ପଣ
କଥା ସିନା ବଡ଼ ପାଦ ସନ୍ନିପାତ
ମୁହଁଟା ଖାଲି ଯା’ ଟାଣ। ।
ଭାରତ ଯୋଦ୍ଧାଙ୍କ ଶୌର୍ଯ୍ୟ ବୀର୍ଯ୍ୟ ଦେଖି
ଶତୃ ସେନା ଯାଏ ଶଙ୍କି
ନ ଡ଼ରି ନ ଝୁଙ୍କି ଆଗକୁ ଧାଆଁନ୍ତି
ଶତୃର ବଳୟ ଭାଙ୍ଗି।।

Related posts

ପ୍ରାଥମିକ ଚିକିତ୍ସା

satya

ସ୍ଵର୍ଗତଃ ଭୈରବ ଚନ୍ଦ୍ର

satya

ମୁଖବନ୍ଧ… ଅବଧୂତ

satya

Leave a Comment

Login

X

Register