Satya Prakash
Uncategorised

ଖାଦ୍ୟ ଦିବସ

ଖାଦ୍ୟ ସୁରକ୍ଷା ଦିବସ
By ସତ୍ୟ ପ୍ରକାଶ ସେଠୀ
ଜାଣିଛ କି ବନ୍ଧୁ ଏକ ତୃତୀୟାଂଶ
ଖାଦ୍ୟ ପଦାର୍ଥ ଯେ ନଷ୍ଟ
ଟିକିଏ ସଚେତ ସଚେତନ ହେଲେ
ପାଇବାନି ଆନ୍ନ କଷ୍ଟ।।
କୋଭିଡ କାଳର ମହାମାରୀ ହେତୁ
ଖାଦ୍ୟାଭାବ ଯାଏ ବଢ଼ି
ହା ଅନ୍ନ ଚିତ୍କାର ଶୁଭିବା ଆଗରୁ
ଖାଦ୍ୟକୁ ଦେବାନି ସଢ଼ି।।
ଯେତିକି ଖାଉଛେ ତାଠୁଁ ଢେରେ ବେଶୀ
ଅଯଥା ଦିଅଇ ଫିଙ୍ଗି
ଆବଶ୍ୟକ ଠାରୁ ଅଧିକ ଖାଦ୍ୟ ବା
କାହିଁକି ନେବାରେ ବାଢ଼ି।।
କେତେ ଯେ ବୁଭୁକ୍ଷୁ କାଙ୍ଗାଳ ଜନତା
ବାହାରେ ପତାନ୍ତି ହାତ
ବଳକା ପଦାର୍ଥ ବରଂ ଦେବା ବାଣ୍ଟି
ଦେବାନି ହେବାକୁ ଖତ।।
ଖାଇବା ପାଇଁ କି ବଞ୍ଚେ ସିନା ଆମେ
ବଞ୍ଚିବା ପାଇଁ ତ ଖାଦ୍ୟ
ସେତକ ପରା ବି ଭାଗ୍ୟରେ କାହାର
ଜୁଟେ ନାହିଁ ଏହା ସତ୍ୟ।।
April 29

Food loss and waste day

Related posts

Happy tea day

satya

ଭାବୀ

satya

ନଭଶ୍ଚୁମ୍ବୀ

satya

Leave a Comment

Login

X

Register