Satya Prakash
Uncategorised

ସାକ୍ଷରତା ଦିବସ

ସାକ୍ଷରତା ଦିବସ-8th Sept
By ସତ୍ୟ ପ୍ରକାଶ ସେଠୀ
ଶିକ୍ଷା ସଂସ୍କୃତିର ନୋହିଲେ ବିକାଶ
ହଟିବନି ଅନ୍ଧକାର
ନିରକ୍ଷର ଲୋକ ଅଭିଶପ୍ତ ଜାଣ
ରହିବାଟି ହୁସିଆର ।।
ଶିକ୍ଷା ହିଁ ଜୀବନ ଶିକ୍ଷା ହିଁ ସଭ୍ୟତା
ବିଜ୍ଞାନର ଅଗ୍ରଗତି
ଶିକ୍ଷା ବ୍ୟତିରେକେ ସବୁ ତ ଅସାର
ଲାଭ ନାହିଁ ଆଉ ମାତି ।।
ସାକ୍ଷର ହୋଇଣ ରଖିବା ତେଣୁ ତ
ମଣିଷ କୁଳର ଟେକ
ଜୀବନ ତମାମ ଖୁସିରେ ରହିବା

କରିବାନି ଆଉ ଶୋକ।।
ଅପାଠୁଆ ଲୋକ ଡର କୂଳା ଭାରି
ଆତ୍ମ ବିଶ୍ବାସ ହରାଏ
ସ୍ଵନିର୍ଭରଶୀଳ ହେବାକୁ ହେଲେ ହେଁ
ପାଠ ପଢିବାକୁ ହୁଏ।।

Related posts

କ’ଣ ହେଲା କି ହୋ!

satya

ଇଏ ବି ଗୋଟେ ବାବା

satya

ମୁଖବନ୍ଧ

satya

Leave a Comment

Login

X

Register