Satya Prakash
Uncategorised

ପ୍ରଣବଦା

ପ୍ରଣବ ମୂଖାର୍ଜୀ
By ସତ୍ୟ ପ୍ରକାଶ ସେଠୀ
ପ୍ରଣବ ମୂଖାର୍ଜୀ ଥିଲେ ପୁର୍ବତନ
ଭାରତର ରାଷ୍ଟ୍ରପତି
ବିଚକ୍ଷଣ ବୁଦ୍ଧି ବଳିଷ୍ଠ ବ୍ୟକ୍ତିତ୍ଵ
ଅତି ପ୍ରତ୍ୟୁତ୍ପନ ମତି।।
ହଠାତ୍ ଦେହାନ୍ତ ଖବର ଦୁଃଖଦ
ଦେଶକୁ ଶକତ ଧକ୍କା
ଭଗବାନ ଲୀଳା ସ୍ରୁଷ୍ଟି ସଂରଚନା
ଅଦୃଷ୍ଟ ହାତରେ ବନ୍ଧା।।
ପ୍ରଣବ ମୂଖାର୍ଜୀ ଥିଲେ ପରା ଜଣେ
କୂଟନୀତି ବିଶାରଦ
ବିପଦ ବେଳାରେ ସଙ୍କଟ ଘଡିରେ
ସଙ୍କଟ ମୋଚନ ଗଦ ।।
ପରିସ୍ଥିତି ଯେତେ ହେଉ ପଛେ ବାମ
ଧର୍ମ ସନ୍ତୁଳନ ରକ୍ଷା
ପ୍ରଣବଦାଙ୍କର ଏହା ଥିଲା ଏକ
ବିଶେଷ ଯେ ଗୁଣବତ୍ତା।।
ପାଞ୍ଚ ଦଶନ୍ଧିରୁ ଊର୍ଦ୍ଧ୍ବ କାଳ ଧରି
ରାଜନୈତିକ ଜୀବନ
ବିଫଳତା ଠାରୁ ସଫଳତା ବେଶୀ
କିଣି ଥିଲେ ଜନମନ।।

Related posts

ଭାବୀ

satya

ସାକ୍ଷରତା ଦିବସ

satya

Pandit Tarago

satya

Leave a Comment

Login

X

Register