Satya Prakash
Uncategorised

ଭି. ଜେ. ଡେ

ଭି. ଜେ. ଡେ-2nd Sept
ଆଜିର ଏ ଦିନେ ଜାପାନ ହାରିଲା
ଯୁଦ୍ଧର ସମାପ୍ତି ହେଲା
ମିଶୋରୀ ପ୍ରାନ୍ତରେ ଆମେରିକା ଠାରେ
ଆତ୍ମ ସମର୍ପଣ କଲା ।।
ଛୋଟିଆ ବାଳକ (Little boy) ବିସ୍ଫୋଟକ ବଡ଼
ବିଶ୍ଵ ଗଲା ତାକୁ ଡରି
ହେଲେ ସେ ଯୁଦ୍ଧର ଭୟ ଭୟତାରେ
କ୍ଷୟକ୍ଷତି ହେଲା ଭାରି ।।
ହିରୋସୀମା ଆଉ ନାଗାସାକି ଦ୍ୱୟ
ଜଳିଗଲା ଗୋଟା ସରି
କେତେ ଯେ ଖଣ୍ଡିଆ ଖାବରା ହୋଇଲେ
ହିସାବ ରଖିନି ଧରି।।
ମରିଗଲେ ଥୋକେ ବଞ୍ଚି ଥିଲେ ଯେତେ
ରୋଗେ ହନ୍ତସନ୍ତ ହେଲେ
ବିଧ୍ଵଂସୀ ଅସ୍ତ୍ରରେ ଧ୍ଵସ୍ତ ବିଧ୍ଵସ୍ତ ଯେ
ତ୍ରାହି ତ୍ରାହି ଡାକ ଦେଲେ।।

ସଭ୍ୟତା ଯହିଁରେ ବିଲୟ ଭଜଇ
ଶୁଭଇ ଭୈରବୀ ରଡି
ମାନବ ଜାତିକୁ ବିଜ୍ଞାନର ଏହା କି
ଉପହାର ଅତି ବଡ଼ି।।
ଆହାକି ଦାରୁଣ ନିଷ୍କରୁଣ ଚିତ୍ର
ଚାରିଆଡ଼େ ହାହାକାର
ଯୁଦ୍ଧ ବିଭିଷିକା ତାଣ୍ଡବ ପ୍ରଚଣ୍ଡ
ବିଶ୍ଵ ଯୁଦ୍ଧ ବନ୍ଦ କର।।
ଏମିତିକା ଯୁଦ୍ଧ ଲୋଡ଼ା ନାହିଁ ଯହିଁ
ସମୂଳେ ମାନବ ଜାତି
ବିନଷ୍ଟ ହୋଇବ କି ଲାଭ ତହିଁ କି
ଏହି ଯଦି ପରିଣତି।।

Victory Japan Day

Related posts

କ୍ଷୁଧା

satya

Happy tea day

satya

ଜାତୀୟ କ୍ରୀଡା ଦିବସ

satya

Leave a Comment

Login

X

Register