Satya Prakash
କବିତା

ମହା ବିନାଶ

ସୃଷ୍ଟିର କାରଣ
—by ସତ୍ୟ ପ୍ରକାଶ ସେଠୀ
ବାତ୍ୟା ତ ଅଚିରେ ଟଳିଲା
ଟଳିଲାନି ଯା’ ଦୁର୍ଦ୍ଦଶା
ଏମିତି ଥିଲା ଭୟାନକ
ବର୍ଣିବାକୁ ନାହିଁ ଭାଷା।। 1
ଶୁଣିଛ ତ ଫନୀ ତାଣ୍ଡବ
କହିବା ବାହୁଲ୍ୟ ହେବ
ଏମିତି ଭୀଷଣ ପ୍ରଚଣ୍ଡ
ଦେଖି ନଥିବ ତା’ ରୂପ।। 2
ଉଜାଡ଼ି ଦେଲା ଘର ଦ୍ଵାର
ତା’ ସଙ୍ଗେ ଧନ ଜୀବନ
ଯାଇଛି ସବୁ ତ ସେ ଚାଲି
ରହିଛି ଧ୍ଵଂସାବଶେଷ।। 3
ଏମିତିକା ଯେ ବିପର୍ଯ୍ୟୟ
ନପଡ଼ୁ ଆଉ କା ଭାଲେ
ସବୁ ସହିଛି ମଥା ପାତି
ଦେଉନି ଦୋଷ ତ ଭଲେ।। 4
ହେଲେ ଯେ ସୃଷ୍ଟିର କାରଣ
ତୁଇ ପରା ହୋଇଥାଉ
ସୃଷ୍ଟିର ସୁରକ୍ଷା ଦାୟିତ୍ଵ
ତୁ କି ଆଉ ନେଇଥାଉ? 0

Related posts

ସେ କ’ଣ ମୋ ଅନ୍ତରଙ୍ଗ

satya

ତପ୍ତ ଧରିତ୍ରୀ

satya

ପର ନିନ୍ଦା ପର ଚର୍ଚ୍ଚା

satya

Leave a Comment

Login

X

Register