Satya Prakash
କବିତା

ମୁଁ – କିଏ ଏକ ପ୍ରଶ୍ନବାଚୀ ?

ମୁଁ – କିଏ? ମୋର ଆତ୍ମ ପରିଚିତି??
ଖୋଜି ପାଏନା ଉତ୍ତର
ମୋର ଏଠି ସ୍ଥିତି? ପ୍ରଶ୍ନିଳ ମୁଦ୍ରାରେ
ପ୍ରଶ୍ନ ଚିହ୍ନଟି ଶେଷର।। 1
ମୁଁ – କିଏ? କାହିଁକି?? କେଉଁଠୁ ଆସିଲି???
କ’ଣ କରେ? କ’ଣ ଭାବେ??
ମୋର ମନ କାହିଁ? କ’ଣ ଭାବୁଥିଲା??
କାଁ କିଛି ପଡୁନି ମନେ?2
ମୁଁ – ଅତୀତ? ବର୍ତ୍ତମାନ?? ଭବିଷ୍ୟତ???
ମୁଁ କି ସବୁର ନା ? ହଁ ??
ମୁଁ-ଏକ ଅଥଚ ଭାବନା ଅନେକ
କିନ୍ତୁ ପୁଣି ସବୁ ଭୁଲ୍।। 3
ଏଠି ବ୍ୟର୍ଥତାର ଖାଲି ଦୀର୍ଘଶ୍ଵାସ
ହତାଶାର ହୁତାଶନ
ନିଜକୁ ମଣିଷ କରି ଗଢିବାର
ସବୁ ସ୍ଵପ୍ନ ଦିବାସ୍ୱପ୍ନ।। 4
ସବୁ ବ୍ୟର୍ଥ ବୃଥା ବଡ଼ ହେବା ଆଶା
ମଉଳି ପଡ଼ି ଯେ ଫିକା
ତୁଚ୍ଛାଟାରେ କୁହୁଡ଼ି ପହଁରିବାରେ
କାଁ କିଛି ମାନେ ହୁଏ ନା।। 5
କିଛି ମାତ୍ର ଲୁହ କେଇ ଠୋପା ରକ୍ତ
ଏସବୁ ପାଲଟେ ସତ୍ୟ
ମୁଁ-ଏଠି ଏକା ମୋ ଇଲାକାରେ ରାଜା
ମୁଁ – ମୋ’ କହିବାକୁ ବାଧ୍ୟ ।। 0

Related posts

ଗୁରୁ ଦିବସ

satya

ସ୍ମୃତି

satya

ଲାଲ ବାହାଦୂର Lal bahadur

satya

Leave a Comment

Login

X

Register