Satya Prakash
କବିତା

ସମାନତା ଆମ ଅଧିକାର

ଭାରତୀୟ ସମ୍ବିଧାନ ପ୍ରଣେତା ପ୍ରବୀଣ

କରିଥିଲେ ବିଧି ବ୍ୟବସ୍ଥା

ଧାରା ଅଠରରେ ଲୋପ ହେବ ସାଙ୍ଗିଆ

ରହିବ କେବଳ ଯେ ନାଆଁ।।

ହଟିବ ରାଜା ରାଜୁଡାଙ୍କ ପଦପଦବୀ

ରହିଲେ ପାରେ ବା ରହି

କିଛି ମାତ୍ର ବ୍ୟତିକ୍ରମ ଲେଫ୍ଟନାଣ୍ଟ ପରି

ସାମରିକ ପଦପଦବୀ ।।

ଏକଥା କେତେକ କାର୍ଯ୍ୟକାରୀ ହେଲା ସତ

ମାତ୍ର ନାମର ଶେଷ ଖଣ୍ଡ

ଯେ ଅନାବଶ୍ୟକ ସାଙ୍ଗିଆ ଏକଥା ବୁଝି ମଧ୍ଯ

ଭୁଲ୍ ବୁଝାଇ ଦେଲେ ଅଳ୍ପ।।

ରହିଗଲା ପୁଣି ଉଚ୍ଚ ନୀଚ୍ଚ ଭେଦଭାବ

ସମ୍ବିଧାନ ପ୍ରଣେତାଙ୍କର

ମହତ୍ତ୍ୱ ଉଦ୍ଦେଶ୍ୟ ହେଲା ସତ ପରାହତ

ଅଧିକାର ହେଲା କ୍ଷୂର୍ଣ୍ଣନ।।

ଆଇନର ରକ୍ଷକ ଆଇନର ତର୍ଜମା ଭିତ୍ତିକ

କରନ୍ତେ କି ଗୋଟାଏ ନୀତି

ସାଙ୍ଗିଆ ସଙ୍ଗେ ସାମାଜିକ ଅସମାନତା

ଯାଆନ୍ତା ଏକାବେଳେ ଚାଲି।।

ମଣିଷର ପରିଚୟ ଲାଗି ନାଁ ବ୍ୟତିରେକେ

ମା ‘ବାପା ତା’ ଘର ଠିକଣା

ଯେବେ ଲୋଡ଼ା ପଚାର ସାଙ୍ଗିଆ କି କାରଣେ

ଅଛି ବା ସେ ଆବଶ୍ୟକତା।।

ଥାଏ କି ମାନବବାଦର ବିଜୟ ଗାଥା

ଅଥବା ମଣିଷ ପଣିଆ

ଖାଲି ସିନା ବ୍ୟବଧାନର ପ୍ରାଚୀର ବଢେ

ହେଲେ କାହିଁ ସାମାଜିକତା।।

ସାମାଜିକ ସମାନତାର ସ୍ତମ୍ଭ ଉପରେ

ଆମ୍ଭେମାନେ ଯେ ଛିଡା ହୋଇ

ସାମାଜିକ ପରିବର୍ତ୍ତନ କଥା ନକହି

ଚୁପି ରହିଲେ କି  ଚଳିବ?

 

 

 

Related posts

ବିକଳେ ଡାକଇ ମଲି

satya

International Nurse Day

satya

ବାଘ bagha

satya

Leave a Comment

Login

X

Register