Satya Prakash
  • Home
  • କବିତା
  • ମୁଁ ଯଦି ବିଜୟୀ ପ୍ରାର୍ଥୀ ହୁଅନ୍ତି
କବିତା

ମୁଁ ଯଦି ବିଜୟୀ ପ୍ରାର୍ଥୀ ହୁଅନ୍ତି

ମୁଁ ଯଦି ହୁଅନ୍ତି ବିଜୟୀ ପ୍ରାର୍ଥୀ
—–by ସତ୍ୟ ପ୍ରକାଶ ସେଠୀ
ମୁଁ ଯଦି ଏଥର ନିର୍ବାଚନ ଲଢ଼ି
ବିଜୟୀ ପ୍ରାଥୀ ହୁଅନ୍ତି
ଆଗ ନିଜ ଲାଗି ସୁଉଚ୍ଚ ସୌଧଟେ
ଅବଶ୍ଯ ନିର୍ମାଣ କରନ୍ତି।। 1
ଆଉ ଥରେ କାଳେ ଆସିବି କି ନାହିଁ
ଉପାୟ ତେଣୁ ପାଞ୍ଚନ୍ତି
ଥୋଡେ ଖଣ୍ଡ ଟଙ୍କା ସୁଇଜ୍ ବ୍ଯାଙ୍କରେ
ରଖି ମୁଁ ଦେଇ ଆସନ୍ତି।। 2
ଜୀବନ ତମାମ ହାଲିଆ ହେଲିଣି
ଆଉ କେତେ ଖଟି ଥାନ୍ତି
ଏଥରକ ଟିକେ ଚଉକି ଉପରେ
ବସି ଆରାମ କରନ୍ତି ।। 3
ରାଜଧାନୀ କେବେ ଦେଖି ନାହାଁନ୍ତି ତ
ସ୍ତିରୀ ଛୁଆ ପିଲା ମୋର
ରହନ୍ତୁ ଯାଇକି ବଂଉଁଶଟା ଯାକ
ଘର ଦେବେ ସରକାର। । 4
ଶୁଣ ଶୁଦ୍ଧି ଜନ ଦେଇ ମନ କର୍ଣ୍ଣ
ଗୁହାରି କରୁଛି ଆସି
ନୋହିଲେ ସପନ ଭାଙ୍ଗି ଯିବ ମୋର
ଛୁଆ ପିଲା ଯିବେ ଭାସି।। 0

Related posts

ମୁଁ – ଏକ ଅନ୍ୱେଷଣ

satya

ମାଆ ସରସ୍ଵତୀ

satya

ଉପଦ୍ରବୀ fani

satya

Leave a Comment

Login

X

Register