Satya Prakash
କବିତା

ଯୋଗାଯୋଗ ଓ ସଂଯୋଗ

ଆମେ ପ୍ରତ୍ୟେହ ଯୋଗାଯୋଗ କରେ

ପରସ୍ପର ମଧ୍ୟେ କେତେ

ହେଲେ ସଂଯୋଗଟି ଥାଏ କାହା ସଙ୍ଗେ

କହି ପରିବାକି କିଏ? 1

ସଂଯୋଗଟି ନୂହେଁ ଯୋଗାଯୋଗ ପରା

ଭିନ୍ନ୍ ସେ ଏକ ମର୍ମାର୍ଥ

ଯୋଗାଯୋଗ ଆମ ଉପୁରିଆ ଭାବ

ଆତ୍ମିକ କାହିଁ ଭାବାର୍ଥ? 2

ସଂଯୋଗଟି ଅଟେ ଆତ୍ମିକ ମିଳନ

ଆତ୍ମିୟତାର ସେ କଥା

ନିବିଡ଼ ହୋଇଲେ ସମ୍ପର୍କଟି ଆମ

ସଂଯୋଗଟି କୁହେ ପ୍ରଥା ।। 3

ଯେଉଁ ଅର୍ଥରେଟି ସାଧାରଣ ଲୋକେ

ବୁଝେ ଏହି ସେଇ କଥା

ସେହି କଥା ନୂହେଁ ଠିକ୍ ପରା ସେୟା

ତାତ୍ତ୍ୱିକ ବ୍ୟାଖ୍ୟାନ ଯଥା ।। 4

ଯୋଗାଯୋଗ ଅର୍ଥ ଭଲ ମନ୍ଦ ଖାଲି

ପଚାରି ବୁଝିବା ସ୍ଥଳେ

ସଂଯୋଗଟି କିନ୍ତୁ ଭଲ ମନ୍ଦେ କାହେ

ନିଜକୁ ସଂଶ୍ଲିଷ୍ଟ କରେ ।। 5

ଏହି ସଂଯୋଗଟି ଆତ୍ମାର ସହିତ

ପରମାତ୍ମାର ମିଲନ

ଭକ୍ତର ସହିତ ଭଗବାନଙ୍କର

କହଇ ସାକ୍ଷାତକାର।। 6

ପିତାମାତା ସହ ପୁତ୍ର ବା କନ୍ୟାର

ନିବିଡ଼ ସେଇ ସମ୍ପର୍କ

ଅବା କେବେ ପୁଣ ସଖା ସହ ସଖାର

ଆତ୍ମିକ ଭାବ ବନ୍ଧନ।। 7

ସରଳ ଭାଷାରେ ବୁଝାଇ କହିଲେ

ବୁଝିବା ଲୋକକୁ ବୁଝା

ଅବୁଝା ଲୋକକୁ ସବୁ ଗୋଳମାଳ

ଅର୍ଥକୁ ଅନର୍ଥ ସୁଝା।। 8

କଞ୍ଚା ଓଡ଼ିଆରେ ସଂଯୋଗର ଅର୍ଥ

ନିବିଡ଼ ବନ୍ଧନେ ବନ୍ଧା

ଦ୍ୱିଅର୍ଥ କରିଣ କଦର୍ଥନ କଲେ

ସବୁ ହେବ ପରା ବେଙ୍ଗା।। 0

 

Related posts

Nutrition day

satya

ଗଙ୍ଗ ଶିଉଳୀ

satya

ଭୋଟ ନିଶ୍ଚେ ଦେବା

satya

1 comment

kumar pintu 7th September 2018 at 2:53 pm

very beautifull poem about connect and contact .best of luck ,go ahead….

Reply

Leave a Comment

Login

X

Register