Satya Prakash
କବିତା

ରଣ ଭୂଇଁ

ରଣଭୂଇଁ
—-by ସତ୍ୟ ପ୍ରକାଶ ସେଠୀ
ଏମିତି ଜନମ କାହିଁକି ଦେଲୁ ଲୋ
ଜନ୍ମରୁ କଷଣ ସହେ
ତ୍ରାହି ତ୍ରାହି ଡାକେ ମୁକ୍ତି କାହିଁ ମିଳେ
ଉପାୟ କି କେହି କହେ।। 1
ଦୁଃଖ ଭୋଗ ମୋର ହେଉଛି ଅସହ୍ଯ
ଯନ୍ତ୍ରଣାରେ ଜର୍ଜରିତ
ତଥାପି ନୁହଁଇ ଉପଶମ କେବେ

ପାଷାଣ ପିପାସା ସେ ତ।। 2
ଶ୍ରମ ଯାତନାଟା ଖାଲି ଯେ ଅସଲ
ଆଉ ସବୁ ସେ ନକଲ
ବୁଦ୍ଧି ବାଟ କିଛି ଦିଶୁ ନାହିଁ ମୋତେ
ଗୁଡୁମ ହୁଏ ଅକଲ।। 3
ତଥାପି ତ ମୋର ବଞ୍ଚିବାକୁ ଇଛା
ପାରୁନି ଜୀବନ ତ୍ୟାଗୀ
ହେଲେ କ’ଣ ହେବ ଜୀବନ ତମାମ

ମୁଁ ଯେ ହୋଇଅଛି ରୋଗୀ।। 4
ରୋଗର ଦାଉରୁ ନା କେବେ ପାଉଛି
ସହଜରେ ଟିକେ ମୁକ୍ତି
ନା ଛାଡ଼ି ପାରୁଛି ଜୀବନ
ରଣକ୍ଷେତ୍ର ରଣଭୂଇଁ।। 0

Related posts

ଅନାଥ

satya

ଶାଗ ଖିଆ ଓ ପେଜ ଖିଆ

satya

ଅନ୍ଧାର ଓ ଆଲୁଅ

satya

Leave a Comment

Login

X

Register