Satya Prakash
କବିତା

ଲାଲ ବାହାଦୂର Lal bahadur

ଲାଲ ବାହାଦୂର ଶାସ୍ତ୍ରୀ ଥିଲେ ପରା
ଏ ଦେଶେ ପ୍ରଧାନମନ୍ତ୍ରୀ
ଜୟ ଜବାନ ଓ ଜୟ କିଷାନଟି
ଥିଲା ବାଣୀ ହୃଦ୍ ତନ୍ତ୍ରୀ।। 1
ଭାରତ ସ୍ଵାଧୀନ ହେଲା ପରେ ସେ ଯେ
ପ୍ରଥମ ରେଲୱେ ମନ୍ତ୍ରୀ
କୂଟ କପଟ ବା କଳ କୌଶଳକୁ
ନଥିଲେ ସେ ତନ୍ତ୍ରୀ ଯନ୍ତ୍ରୀ।। 2
ଭାରି ସାଧାସିଧା ଜ୍ଞାନୀ ଗୁଣୀ ଜନ
ଦେଶ ହିତ ଥିଲା ବ୍ରତ
ଅସହଯୋଗଠୁଁ ଆରମ୍ଭି ଜୀବନ
ଶେଷେ ହେଲା ଶେଷକୃତ।। 3
ଗାନ୍ଧିଜୀଙ୍କ ଦୃଢ଼ ନେତୃତ୍ୱ ପ୍ରତିଟି
ହୋଇ ଚିର ଆକର୍ଷିତ
ସ୍ଵାଧୀନତାର ସେ ମହା ସଂଗ୍ରାମରେ
ପାଳିଲେ ଜୀବନ ବ୍ରତ।। 4
ଭାରତ ସାଙ୍ଗରେ ପାକିସ୍ଥାନ ଲଢ଼େ
ଯୁଦ୍ଧର ଡାକରା ଭାରି
ତୁମ ନେତୃତ୍ଵରେ ଦେଲ ପରାଭବ
ଶତୃ ଗଲା ପ୍ରାୟ ହାରି।। 5
ସତର ଦିନରେ ଯୁଦ୍ଧ ସରି ଗଲା
ରହିଲା ଓଳିଏ ବାକି
ଇନ୍ଦିରାଜୀ ପରେ ଦେଲେ ପରାଜୟ
ଥିଲା ଯେ ଓଳିକ ବାକି।। 6
ତାସକେଣ୍ଟଠାରେ ଅଦୃଶ୍ୟ କାରଣେ
ତୁମେ ଦେଲ ପ୍ରାଣ ବଳି
ଆଜି ତେଣୁ ତୁମ ଜୟନ୍ତୀ ଉତ୍ସବେ
ତୁମେ ଦିଏ ଶ୍ରଦ୍ଧାଞ୍ଜଳି।। 0

Related posts

ପ୍ରାଚୀନ ଜୈନ ପୀଠ prachin jain peetha

satya

ଦେନ୍ଯ

satya

ଘର ଢିଙ୍କି କୁମ୍ଭୀର

satya

Leave a Comment

Login

X

Register