Satya Prakash
କବିତା

ସରପଞ୍ଚ ବାବୁ

ଗାଁ ସରପଞ୍ଚ ଭାରି ଚତୁର
ନେତାଙ୍କର ସେ ଅଟେ ସୋଦର
ଇନ୍ଦିରା ଆବାସ ଜ୍ୟୋତି କୁଟୀର
ସୁବିଧା ସୁଯୋଗ ସବୁ ତା’ର
ଯେଣୁ ନେଣ ଦେଣ କାରବାର
କାମ ସରକାରୀ ଅଫିସର
ଗ୍ରାମ ସଭାଠୁଁ ବିପିଏଲର
ଅଛନ୍ତି ତା’ନିଜ ସହୋଦର
ଅନ୍ନପୂର୍ଣ୍ଣା ଅନ୍ତଦ୍ୱୟ ଯୋଜନାର
ସବୁଠି ଚାଲେ ତା’କାରବାର
ସବସିଡ଼ ବ୍ୟବସ୍ଥା ସରକାର
ସବୁ ଋଣ ଆଣି ପୁରାଏ ଘର
ଯେତେ ରିଲିଫ ବନ୍ୟା ବାତ୍ୟାର
ଘରକୁ ବୁହେ ହଳିଆ ତା’ର
ଚିନି କିରୋସିନ କଳାବଜାର
ଡ଼ିଲରସିପଠୁଁ ରାସ୍ତା କଣ୍ଟ୍ରାକ୍ଟର
ସବୁ କାମରେ ବାବୁ ଧୂରନ୍ଧର
ପତ୍ନୀ ପୁଣି ଅଙ୍ଗନବାଡ଼ିର
ବୋହୂ ଶିକ୍ଷା ସହାୟିକା ସ୍କୁଲର
ଝିଅ ରହେ ପୁଣି ଇଜିଏସର
ଏ କାରସାଦି ଗାଁ ସରପଞ୍ଚର
ପଞ୍ଚୁଆତି ରାଜନୀତି ଗାଁ ଗଣ୍ଡାର
ସବୁ ଗାଆଁ ସବୁ ରାଇଜର

Related posts

ବୃକକ୍ kidney treatment

satya

ଶ୍ରଦ୍ଧା ସୁମନର ପାତ୍ର

satya

ଯୋଗାଯୋଗ ଓ ସଂଯୋଗ

satya

Leave a Comment

Login

X

Register