Satya Prakash
Uncategorised

ସର୍ବପଲ୍ଲୀ

ଗୁରୁ ଦିବସ
By ସତ୍ୟ ପ୍ରକାଶ ସେଠୀ
ହେ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନନ

ତୁମରି ଜନ୍ମ ଦିବସ

ତୁମକୁ ଉତ୍ସର୍ଗ ରଚିଥିଲ ଯେଣୁ

କିରତି ଗୌରବ ଯଶ।।1

ଶିକ୍ଷା କ୍ଷେତ୍ରେ ଆଣି ନାନା ପରିବର୍ତ୍ତନ

ବଢାଇଲ ଶିକ୍ଷା ମାନ

ତୁମେ ରାଜନେତା ଶିକ୍ଷାବିତ୍ ପୁଣି
କିଣି ଥିଲ ଜନ ମନ । 2

ତୁମ ଜନ୍ମ୍ ତିଥି ବିଶ୍ଵ ଗୁରୁ ଦିନ

ରୂପେ ପାଳିତ ବିଶ୍ୱରେ

ଭାରତୀୟତାର ଜୟଗାନ ହେଲା

ଗୁରୁ କୂଳ ଧନ୍ୟ କରେ ।। 3

ଗୁରୁ ସମାଜର ଶ୍ରେଷ୍ଠ ବିଭବଟି

ଯାହା ହାତ କରଣୀରେ

ଗଢ଼ା ପରା ଦେଶ ଭବିଷ୍ୟତ ପିଢି

ତାହାଙ୍କୁ ସମ୍ମାନ କରେ।। 4

ହେ ଛାତ୍ରବତ୍ସଳ ଶିକ୍ଷକ ସମାଜ

ସମୟ ସବୁଠୁଁ ବଳୀ

ଛାତ୍ର ସମାଜକୁ ଉଦ୍ଭାସିତ କର

ଆଲୋକ ବର୍ତ୍ତିକା ଜାଳି।। 0

Related posts

Nutrion day

satya

ରାଜନୀତି

satya

ନ୍ୟୁଡ ଭିଡିଓ

satya

Leave a Comment

Login

X

Register