Satya Prakash
Uncategorised

ସାଗର

ସାଗର
By ପ୍ରଭାତୀ ମହାପାତ୍ର
ହେ ସାଗର ଆଜି ଆତଙ୍କିତ ସର୍ବେ
ବାତ୍ୟା ସୁନାମି ଶଙ୍କା
ତାଣ୍ଡବ ରଚଇ ସଂହାର କରଇ
ଗତି ମାନବର ବଙ୍କା।।
ଅଶାନ୍ତ ରୂପ ତୋ ବଡ ଭୟଙ୍କର
ସତେକି ଆତସବାଜି
ନିମିଷକେ ମଧ୍ୟେ ଛାରଖାର କରୁ

କାଳର କରାଳ ସାଜି।।

ସମୂଦ୍ର
By ସତ୍ୟ ପ୍ରକାଶ ସେଠୀ
ସମୁଦ୍ରର ଶାନ୍ତ ସରଳ ରୂପଟି
ଭାରି ମନ ମୁଗ୍ଧକର
ଅଶାନ୍ତ ହେଲେ ତ ଗର୍ଜନ ତର୍ଜ୍ଜନ
ଶୁଭେ ଅତି ଭୟଙ୍କର।।
ପୃଥିବୀ ପୃଷ୍ଠରେ ଏକ ତୃତୀୟାଂଶ
ଜଳ ଭାଗ ହୋଇଥାଏ
ତହୁଁ ମୁଖ୍ୟ ଭାଗ ସମୁଦ୍ର ଗର୍ଭରେ
ଜଳ ରାଶି ରହିଥାଏ।।
ଅଥଳ ସମୁଦ୍ର ଗର୍ଭରେ ସଞ୍ଚିତ
ହୀରା ନୀଳା ମୋତି ବର
କେତେ ମୁଲ୍ୟବାନ ଧାତବ ପଦାର୍ଥ
ମାନବକୁ ଉପହାର।।

Related posts

Truthfulness

satya

ନାହିଁ ନାହିଁରେ ନାହିଁ କାର

satya

ମୁଖବନ୍ଧ… ଅବଧୂତ

satya

Leave a Comment

Login

X

Register