Satya Prakash
କବିତା

ସେ କ’ଣ ମୋ ଅନ୍ତରଙ୍ଗ

ସେ ମୋତେ କିଛି ଦେଇ ନାହିଁ
କି ମୋଠୁଁ କିଛି ପାଇ ନାହିଁ।
ହେଲେ ମୋ ସମୟତକ ଲୁଟି ନେଇ
ଦେଇଛି ମୋ ଏକଲା ପଣକୁ ଲୁଚାଇ
ମୁଁ ଖାଲରେ ପଡ଼େ ଅଥବା ଢିପରେ
ସେଥିପାଇଁ ସେ ଥାଏ ଭାରି ଚିନ୍ତାରେ
ମୋ ଭଲମନ୍ଦ ସବୁଥିରେ ସେ ହାଇଁପାଇଁ
ସେ କି ସତେ କଅଣ ବେହିଆଟେ କି?
ଏଟା ସେଟାର ଯେତେ ସବୁ ହୀନିମାନିଆ କଥା
ସବୁ ଶୁଣି ସବୁ ଜାଣି ତାକୁ ତାକୁ ପଡେ ନିଅଣ୍ଟିଆ।
କେମିତିକା ଗୋଟେ ଏମିତି ଅଲାଜୁକ ପଣ
ଡାକରା ଅଡ଼ାକରା ନାହିଁ ସବୁଠି ହାଜର?
ସେଟା ସେତେ ନୂହେଁ ମୋହର ରକ୍ତ ଲଗା
କିନ୍ତୁ ଅମାନିଆ ମାନେ ନା କିଛି ମନା।
ମୁଁ ହେଲେ ହୋଇପାରେ ତା’ର ସାଙ୍ଗ
ସେ କିନ୍ତୁ କଅଣ ମୋର ଅନ୍ତରଙ୍ଗ?

Related posts

କଥା Talk

satya

ଠେକୁଆ ଓ କଇଁଛ

satya

ଗୃହ ପ୍ରବେଶ

satya

Leave a Comment

Login

X

Register