Satya Prakash
କବିତା

ଶ୍ରଦ୍ଧା ସୁମନର ପାତ୍ର

ବାଜପେୟୀ ତୁମେ କୋଟି ଜନତାର

ଶ୍ରଦ୍ଧା ସୁମନର ପାତ୍ର

ତୁମ ବିୟୋଗରେ ଭାରତ ମାତା କି

ହରାଇଲା କୃତୀ ପୁତ୍ର।।1

ସୁଦୂର ପ୍ରସାରୀ ଦୃଷ୍ଟିଭଙ୍ଗୀ ରଖି

ପାଲଟ ଭବିଷ୍ୟକାର

ତୁମର ସରଳ ସାଧୁତା ପଣିଆ

ଆମ ଉତ୍ସ ପ୍ରେରଣାର।।2

ତୁମ ପରି ନେତା ଅଟଇ ବିରଳ

ଜନ୍ମିବା ସେହୁ ସନ୍ଦେହ

ତହୁଁ ଭରି ମନେ ଉତ୍ସୁକତା କହେ

ତୁମ କଥା ଅହରହ।।3

କେମିତି କବିରୁ ରାଜନୀତି କ୍ଷେତ୍ରେ

ସାମ୍ବାଦିକ ପୁଣି ଥିଲ

ଏତେ ବଡ଼ ଗୋଟେ ବ୍ୟସ୍ତତା ଜୀବନ

କଷ୍ଟରେ ନିର୍ବାହ କଲ।। 4

ତିନି ତିନି ଥର ଦେଶର ନେତୃତ୍ୱ

ହାତେ ପରା ରଖିଥିଲ

ଏଡ଼େ ବଡ଼ ପଦ ତୁଛ କରିଣ ସେ

କିମ୍ପାଇଁ ସନ୍ନ୍ୟାସ ନେଲ?5( 2005)

ଜୀବନ ତମାମ ଆକୁମାର ରହି

ଭାରତର ସେବା କଲ

ତପସ୍ବୀ ଜୀବନ ଆହା ଦୁର୍ବିସହ

ହସି ଯେ ବରଣ କଲ।।

ଦିଲ୍ଲୀଠୁଁ ଲାହୋର ବସ୍ ସେବା ଦେଇ

ସୀମାନ୍ତର ଡାକ ରୂପ

Sad-e-sarahad (call of frontier)

ସୀମା ବିବାଦର ଲାଗି କେଡ଼େ ବଡ଼

ଥିଲା ସତେ ପଦକ୍ଷେପ।। 6

ଯେଣୁ ରଖି ଗଲ ଏ ଦେଶର ଟେକ

ଏ ମାଟି ପବନ ପାଣି

ତା ‘ଫଳ ପୁଷ୍ପଟି ଜନତା ରତନ

ଦେଉଛି ସମ୍ମାନ ପଣି।।

 

 

 

Related posts

ସମାନତା ଆମ ଅଧିକାର

satya

ଘଟଗାଁ ତାରିଣୀ

satya

ଅଦୃଶ୍ୟ ତୁ ଅପ୍ରତ୍ୟେକ୍ଷ

satya

Leave a Comment

Login

X

Register