Satya Prakash
କବିତା

ପ୍ରେରଣାର ଉତ୍ସ

ବାପା! ତୁମେ ଯେଣୁ ପୁରୁଷ ଉତ୍ତମ

ତୁମ କର୍ମ ପ୍ରବଣ ଜୀବନାଦର୍ଶ

ମୋ ପାଇଁ ପାଲଟେ ପ୍ରେରଣାର ଉତ୍ସ

ତୁମ ହାତ ଧରି ଚାଲେ କେଯାଏଁ ବାଟ

ଶିଖିଛି ତ ତହୁଁ କେତେ ଦୁନିଆରଦାରି

ତୁମ ଲାଳନ ପାଳନେ, ପ୍ରତିପୋଷଣେ

ମୁଁ ସୃଷ୍ଟ, ସମୃଦ୍ଧ, ଲବ୍ଧ ପ୍ରତିଷ୍ଠିତ

ତୁମେ ନଦେଇ ଯେଣୁ ଦେଇଛ ପୁଣି

ମୋ ଓଷ୍ଠେ ଭାଷା ମୋ କରେ ଲେଖନୀ

ମୁଁ ଲେଖୁଥିବି ବଞ୍ଚଛି ତୁମୁ ସ୍ମରି

ତବ ପାଦ ପଦ୍ମେ ରହୁ ସଦା ଲୟ

ଦୋଷାଦୋଷ ମୋର କର କେତେ କ୍ଷମା

ତୁମଠୁଁ ବଂଚିବାର କଳାଟା ଶିଖି

ଦୁନିଆଟାକୁ ଖୁବ୍ ଭଲ ପାଏ ବେଶି

ମାଗୁ ନାହିଁ କିଛି ମାଗୁଛି ଏତିକି

ଦିଅ ହେ! ମୋତେ ଆର୍ଶୀବାଦ ତେତିକି ।

Related posts

ପ୍ରତିଶ୍ରୁତି ପଡ଼େ ବନ୍ଧା

satya

ହୋଲିରେ ହୋଲି

satya

ଅନାଥ

satya

Leave a Comment

Login

X

Register