Satya Prakash
କବିତା

ଅବଦୁଲ କାଲାମ

ତୁମେ ଅବଦୁଲ ବିଜ୍ଞାନୀ ମଣିଷ

ବୈଜ୍ଞାନିକ ତୁମ ନିଶା

ଦେଶର ବିକାଶ ସମ୍ଭବ ଯେ ହେଲା

ଥିଲା ତୁମ ଅଭିଳାଷା।।1

ସରଳ ସୌକର୍ଯ୍ୟ ଜୀବନ ଚର୍ଯ୍ୟାଟି

ନୁହେଁ ତୁମେ ବିଳଷିତ

ଜୀବନ କଷଣ ସହି ସହି ବଢ଼ି

ଗଢ ଦେଶ ଭବିଷ୍ୟତ।। 2

ଅଗାଧ ପାଣ୍ଡିତ୍ଯ ଜ୍ଞାନର ଭଣ୍ଡାର

ସେବା କର୍ମେ ଲଗାଇଲ

ପରମାଣୁ ବୋମା ପରିକ୍ଷଣ କରି

ଦେଶେ ଶକ୍ତି ବୃଦ୍ଧି କଲ।। 3

ସାହିତ୍ୟର ସେବା ଦୀପ୍ତିମନ୍ତ ଶିଖା

ଜାଳିଲ ଅଗ୍ନି ବର୍ତ୍ତିକା

ଦେଶବାସୀ ତହୁଁ ହୁଏ ଉପକୃତ

ଲଭିଣ ଜ୍ଞାନ କଣିକା।। 4

ତୁମ ଯଶ କିର୍ତ୍ତୀ ଗୌରବ ବାନାଟି

ଉଡ଼ୁଥାଉ ସଦା ଧ୍ଵଜା

ଦେଶ ଭବିଷ୍ୟତ ହେଉ ଉପକୃତ

ପ୍ରେରଣା ଟିକକ ଖୋଜା।। 0

Related posts

ପୃଥିବୀ ପଶୁ ଦିବସ

satya

ଘର ଢିଙ୍କି କୁମ୍ଭୀର

satya

ଲାଲ ବାହାଦୂର Lal bahadur

satya

Leave a Comment

Login

X

Register