Satya Prakash
କବିତା

ତୁମକୁ ପଦେ – କହିବି ଭାବୁଛି

ପାକିସ୍ଥାନ ଆଜି ଏକଘରକିଆ
ଠିକଣା ପାଉନି ଖୋଜି
ଆତଙ୍କବାଦୀ ଯେ ମୂଳପୋଛ ହେବେ
ବୁଦ୍ଧି ନିଶ୍ଚେ ଯିବ ହଜି।।

ଚୋରଙ୍କ ସର୍ଦ୍ଦାର ମୁହଁ ଭୂରି ମାରେ
ନଳୀ ଗଲାଣି ଯେ ଶୁଖି
ବାହାପିଆଙ୍କର ଅଖା ବିରି ନାହିଁ
ଛପର ଗଲାଣି ଉଡ଼ି।।

ଫୁଟାଣିଆଙ୍କର ବାରବାଟୀ ଚାଷ
ବାସ୍ତବତା ବୁଝ ନାହିଁ
ଘରେ ପଶି ପାଣି ଆଣ୍ଠୁଏ ହେଲାଣି
ତଥାପି ଚେତନା ନାହିଁ।।
ଦେଶର ଦୁର୍ଗତି  ସହିଦର ସ୍ମୃତି

ମନୁ ପାରୁ ନାହୁଁ ଭୂଲି
ତୁମ ମୁହେଁ  ଦେବୁ ଶକତ ଯାବଡା

କହିବ ଯେ  ମଲି ମଲି।।
ଆମେ ଭାରତୀୟ ଭାରତ ମାତାର

ସେବା କର୍ମ ଧର୍ମ ପାଳି
ତୁମକୁ ଦେବୁ ଯେ ଏମିତିକା ପାନେ
କହିବ ବଢିଆ ବୋଲି।।
ଧୈର୍ଯ୍ୟର ସୀମା ଉଲ୍ଲଂଘନ ଆଜି
ଏଣିକି ମଜା ଚାଖିବ
ହୁସିଆର ଭାଇ ହୁସିଆର ରୁହ
ନୋହିଲେ ନିଶ୍ଚେ ଚିହ୍ନିବ। ।

 

Related posts

ବିଦାୟ ବେଳାରେ ମାଗୁଛି ମେଲାଣି

satya

ଅକଲ ମୁଣ୍ଡା

satya

ଅକ୍ଷୟ ତୃତୀୟା akshaya trutiya

satya

Leave a Comment

Login

X

Register