Satya Prakash
କବିତା

ଥୁକୁଲ ମାରିବା ବାକି

ଥୁକୁଲ ପକାଇବ ବାକି
————————–
ମଣିଷ ଗୋଟିଏ ସାମାଜିକ ପ୍ରାଣୀ
ଶୁଣିଥିଲି ପିଲାଦିନେ
ହେଲେ ସମାଜର ଚିନ୍ତା କେ କରୁଛି
ଦେଖୁ ନାହିଁ କେଉଁ ଜନେ।। 1
ଏଡିକି ବିଭ୍ରାଟ ହେଲାଣି ସମାଜ
ନିଜ ପେଟ ଚିନ୍ତା କରେ
ଆଉ କିଏ ମଲେ ଅଥବା ଜୀଇଲେ
କେହି କି ସେ ଚିନ୍ତା ଭରେ?2
ଅନ୍ୟର ଚିନ୍ତାରେ ଯାପିବା ଜୀବନ
କହୁ ନାହିଁ ଆଉ କେହି
କଅଣ ମିଳିବ କେତେ ଯେ ମିଳିବ
ନିଜ କଥା କରେ ବହି।। 3
ଦୁନିଆଟା ସତେ ବଦଳି ଗଲାଣି
କାହାକୁ ଚିହ୍ନୁନି କେହି
ଏମିତି ସମାଜ ଆଉ କେତେ ଦିନ
ତିଷ୍ଟି ପାରିଲେ ତ ସହି।। 4
କହୁ ନାହିଁ କିଛି କହିଲେ କହିବ
ତୁ’ଟା କୋଉ ଭଲଟା କି
ତେଣୁ ଥାଉ ଆଜି କହିଥାନ୍ତି ଯାହା
ଥୁକୁଲ ମାରିବା ବାକି।। 0
-by ସତ୍ୟ ପ୍ରକାଶ ସେଠୀ –

Related posts

ପ୍ରୟାସ

satya

ଧନ୍ୟ ତା’ ଊର୍ଜଃ

satya

ତୁମ ବିନା

satya

Leave a Comment

Login

X

Register