Satya Prakash
କବିତା

ଘଞ୍ଚ ବନାନୀ

ଘଞ୍ଚ ବନାନୀ
——by ସତ୍ୟ ପ୍ରକାଶ ସେଠୀ
ଦୁନିଆଟା ଘନ ଘୋର ଅନ୍ଧକାର
ନିପଟ ଘଞ୍ଚ ବନାନୀ
ଆମେ ପରା ଏଠି ସବୁ ବେପଥୁରା
ପଥଭ୍ରଷ୍ଟ ପଥୁକୀ।।
କଣ୍ଟକିତ ପୁଣି କଙ୍କରିତ ରାସ୍ତା

ପ୍ରତିଟି ପାଦ ପାତରେ
ଖଣ୍ଡିଆ ଖାବଡା ଅନ୍ଧକାରେ ହୁଡେ
କଣ୍ଟା ବାଜି ରକ୍ତ ଝରେ।।
ସୀମାହୀନ ଯାତ୍ରା ଅସୀମର ପଥେ
ପଡ଼ି ଉଠି ପୁଣି ଧାଏଁ
ମଝିରେ ମଝିରେ ବିଜୁଳିର ତ୍ଯୁତି
ଉକୁଟି ଚମକି ଉଠେ।।
ଆଲୁଅ ଖୁସିରେ ବିଭୋର ପଥିକ
ବାଟ ବଣା ବେଶୀ ହୁଏ
ହେଲେ ଅନ୍ଧକାରେ ଅନ୍ଧକାରେ ପରା
ସବୁ ଯାତ୍ରା ଶେଷ ହୁଏ।।

Related posts

ସହଜ ନିୟମ easy principles of life

satya

ଆୟୁଷ୍ମାନ ଭାରତ ଦିବସ

satya

ନା ଲୋ ବୋଉ!

satya

Leave a Comment

Login

X

Register