Satya Prakash
କବିତା

ମୁଁ କାଁ ଭଲ ପାଏ

ମୁଁ କାଁ ଭଲ ପାଏ
—-by ସତ୍ୟ ପ୍ରକାଶ ସେଠୀ
ମୁଁ କାଁ ଭଲ ପାଏ ମୋ ବନ୍ଧୁର ନିବିଡ଼ ବନ୍ଧୁତ୍ୱକୁ
ତା’ର ଆନ୍ତରିକତାପୂର୍ଣ୍ଣ ଅନ୍ତରୀଣ ଭାବସତ୍ତାକୁ
ତା’ର ମନଖୋଲା ମିଠା ସିଠା କେଇ ପଦ କଥାକୁ
ଦୁଃଖ ଅବା ସୁଖରେ ତା ସହିତ ବ୍ୟୟିତ ମୁହୂର୍ତ୍ତକୁ
ତା’ର ଚୂଟକଲି ବ୍ୟଙ୍ଗ ବିଦ୍ରୁପ ସବୁକିଛିକୁ
ତା’ର ସାହଚର୍ଯ୍ୟ ସହଯୋଗର ମୁକୁଳାପଣକୁ
ସହଯୋଗୀତା ସହଭାଗୀତା ସହିଷ୍ଣୁପଣିଆକୁ
ମୋତେ ଖୁସି ଦେଖିବାକୁ ତା’ର ମିଛ ନାଟକକୁ
ମୋ ପାଇଁ ତା ମନରେ ଉଠୁଥିବା ବ୍ୟଥିତ ଭାବକୁ
ତା’ର ଆକୁଳ ଚେହେରା ବିଷର୍ଣ୍ଣମନା ବଦନକୁ
ତା ଚେତନା ସର୍ବସ୍ୱ ମାନସ ପଟରେ ଆଙ୍କୁ ଆଙ୍କୁ
ଆଙ୍କି ହୋଇଯାଇଥିବା ମୋର ପାର୍ଥିବ ଚେହେରାକୁ
ଖାଲି ଭଲ ପାଏନା ତା’ର ନଟ ଖଟ ସ୍ଵଭାବକୁ
ଭଲ ପାଏନା ମୋ ମା ସ୍ତ୍ରୀ ଆଗେ ଧରା ପକାଇବାକୁ
ମୋ ସତ କହି ମୋତେ ଅପଦସ୍ତ କରିବାକୁ
କାରଣ ଶତ ପ୍ରତିଶତ ମୋ ଦୋଷ ଦୁର୍ବଳତାକୁ
ଜାଣେ ବୋଲି କ’ଣ ଜରୁରୀ କି ମୋତେ ସୁଧାରିବାକୁ
ତଥାପି ତ ମୁଁ ଭଲ ପାଏ ଖୁବ୍ ଭଲ ପାଏ ତାକୁ
କାରଣ ମୁଁ ତା’ର ସାଙ୍ଗ ସେ କିନ୍ତୁ ମୋର ଅନ୍ତରଙ୍ଗ

Related posts

National technology day

satya

ଉତ୍କଳମଣି Gopabandhu

satya

ନିସ୍ତାର କାହିଁ

satya

Leave a Comment

Login

X

Register