Satya Prakash
Uncategorised

କ୍ଷୁଦ୍ର ଶିଳ୍ପ ଦିବସ

କ୍ଷୁଦ୍ର ଶିଳ୍ପ
——by ସତ୍ୟ ପ୍ରକାଶ ସେଠୀ
କ୍ଷୁଦ୍ର ଶିଳ୍ପ ଆଉ କୁଟୀର ଶିଳ୍ପକୁ
ଦେଇଣ ଅଗ୍ରାଧିକାର
ଆର୍ଥୀକ ସ୍ଥିତିକୁ ସୁଦୃଢ କରିବା
ବଢ଼ୁ ଅଭିବୃଦ୍ଧି ହାର।।
କୋଟିଏ ଟଙ୍କାରୁ କମ୍ ଅର୍ଥରେ ତ
ଗଢେ କ୍ଷୁଦ୍ର ଶିଳ୍ପ କେତେ
କର୍ମ ଧନ୍ଦା ପରା ଯୋଗାଇ ଦିଏ ସେ
ସ୍ଥାନୀୟ ଶ୍ରମିକ ଯେତେ।।
ଆର୍ଥିକ ଉନ୍ନତି ଶିଳ୍ପର ବିକାଶ
ଅଙ୍ଗାଙ୍ଗୀ ଭାବେ ଜଡ଼ିତ
ଗୋଟାକୁ ଛାଡ଼ିଣ ଆନର ଉନ୍ନତି
ସମ୍ଭବ ନୂହେଁ ମୋ ମତ।।
ଦରିଦ୍ର ଅଥବା ବିକାଶ ଉନ୍ମୁଖୀ
ରାଷ୍ଟ୍ରର ଆର୍ଥିକ ସ୍ଥିତି
ସୁଦୃଢ ହୋଇବ କ୍ଷୁଦ୍ର ଶିଳ୍ପ ଦ୍ଵାରା
ତ୍ୱରାନିତ ହେବ ଗତି।।
Small industry day
30August

Related posts

ଇଏ ବି ଗୋଟେ ବାବା

satya

ରୋଜି ଡେ

satya

ବ୍ଲାକ୍ ଟପ୍

satya

Leave a Comment

Login

X

Register