Satya Prakash
Uncategorised

ଗୁରୁଜୀ

ଗୁରୁଜୀ
-ଫକୀର
ରବିନ୍ଦ୍ର ସାର୍ ଙ୍କ ଘର ପଦ୍ମପୁର
ଶିକ୍ଷକତା ପେଶା ଜଣା
ଇଂରାଜୀ ଭାଷାରେ ଅଗାଧ ଜ୍ଞାନଟି
ଗୁଣୀ ଜନେ ପରା ଗଣା।।
ଏଡିକି ବିଶାଳ ହୃଦୟ ଯେ ତାଙ୍କ
ବିସ୍ମୃତ ହୁଏନା ମନ
ଛାତ୍ର ବତ୍ସଳତା ସହୃଦୟବାନ
ସେଇ ଏକା ମହାଜନ।।
ଯାହାଙ୍କ ବିୟୋଗେ ଶୋକାକୁଳ ଜନ
ଅଞ୍ଚଳରେ ଶୋକ ଛାୟା
ନୟନୁ ଝରଇ ଧାର ଧାର ଅଶ୍ରୁ
ତୁଟାଇ ହେଉନି ମାୟା।।
ଅଟଳ ଅତୁଟ ମହାମେରୁ ପ୍ରାୟ

ଏଡିକି ନିଶ୍ଚଳ ମନା

ଆମର ଆତୁର ଡାକ ଶୁଭୁ ନାହିଁ

କର୍ଣ୍ଣ ଗୁହା ଭେଦି କେବା?

ଫେରି ଆସ ତୁମେ ତୁମକୁ ମୋ ରାଣ

ମୁଁ ପରା ସେ ଅନୁଗତ

ତୁମକୁ ଆମର ଭଲ ପାଇବାଟା

ସ୍ଵତଃ ତେଣୁ ବ୍ୟାକୁଳିତ।।

Related posts

Nutrion day

satya

ଭି. ଜେ. ଡେ

satya

ନାରୀ ସମାନତା ଦିବସ

satya

Leave a Comment

Login

X

Register