Satya Prakash
କବିତା

ବୈକୁଣ୍ଠନାଥ

କେଣେ ଗଲ ଚାଲି
By ସତ୍ୟ ପ୍ରକାଶ
ତୁମେ ବୈକୁଣ୍ଠଜୀ କେଣେ ଗଲ ଆଜି
ଖୋଜି ପାଉ ନାହିଁ କାହିଁ
ଏଡିକି ସରଳ ନିଷ୍କପଟ ଜନ
ଦେଖି ନାହିଁ କେବେ ମୁହିଁ।।
ନୀରବରେ ତୁମେ ବସି ଥାଅ ପରା
କାହାକୁ କୁହନି କିଛି
ପାଟିରୁ ଯେବେଟି ଝରଇ ଯେ ବାଣୀ
କୋଟି ମନ ନିଅ ପୋଛି।।
ବେଳେବେଳେ ତୁମେ ହସି ଦେଉଥାଅ
ସୁନ୍ଦର ସେ ସ୍ମିତ ହାସ
ତୁଳନା କରି ମୁଁ ତୁଳୀ ପାରୁ ନାହିଁ
କିଏ ହେବ ତୁମ ତୁଲ ।।
ତୁମରି ଭାବନା କ୍ଷତାକ୍ତ କରିଛି
ହୃଦ ମୋ ଯାଇଛି ଭାଙ୍ଗି
ପାରୁନି ମୁଁ କିଛି ତୁମ କଥା ଲେଖି
ଲେଖନୀ ମୋ ଆଜି ବନ୍ଦୀ।।
ବନ୍ଧୁ ପ୍ରିୟ ସଖା ଥିଲ ତୁମେ ଅବା
ରୂପଟି ସିନା ସେ କଳା
ଗୁଣ କର୍ମ କଥା କି କହିବି ପୁଣ
ଥିଲା ସବୁ ସ୍ନେହବୋଳା।।

2.ଆସେଲି ଗ୍ରାମରେ ଜନମ ଲଭିଣ
ନିରାକାର ପୁରେ ସ୍ଥିତ
କ୍ଷେତ୍ରବାସୀ ମହା ବିଦ୍ୟାଳୟଠାରେ
ପଢିଲ ବୈକୁଣ୍ଠ ପାଠ।।
କୃତିତ୍ଵର ସହ ଉତ୍ତୀର୍ଣ୍ଣ ହୋଇଣ
ବିଶ୍ଵ ବିଦ୍ୟାଳୟ ଗଲ
ଯେଉଁଠାରେ ତୁମେ ବନ୍ଧୁ ଗହଣରେ
ଆତ୍ମୀୟତା ବାଣ୍ଟି ଥିଲ।।
ସେଦିନର ସେଇ ମୁହୂର୍ତ୍ତ କେତୋଟି
ଯାଉନି ମନୁ ପାଶୋରି
ତୁହାଇ ତୁହାଇ ମନର ଉହାଡୁ
ଉଇଁ କି ଉଠୁଛି ଭାରି ।।

3.ନିରାଶାର ଛାୟା କିବା ଆଚ୍ଛାଦିତ
ଭରସା ପାଇଲା ନାହିଁ
ମାନସିକ ରୋଗେ ପୀଡ଼ିତ ହୋଇଣ
ଜୀବନ ଦେଲ ଯେ ହାରି। ।
ଜାଣି ଥାନ୍ତୁ ଯଦି କିଛି କରିଥାନ୍ତୁ
ସୁଯୋଗ ମିଳିଲା ନାହିଁ
ସବୁ ଖେଳ ପରା ଉପର ବାଲାର
ବିଶ୍ବାସ ତ ତାକୁ ନାହିଁ।।
ଗାଳି ଦେଇ ତାକୁ ଲାଭ ନାହିଁ ରତେ
ଦଗାଦିଆ ଭଗବାନ
ମଝିରେ ମଝିରେ ତାଣ୍ଡବ ରଚିବା
ଭାରି ତା’ର ବଦଗୁଣ।।

4.ମୁଁ କବି ବୋଲି କବିତା ଲେଖେ ନାହିଁ
ଭାବରେ ତଲୀନ ହୋଇ
ବିଲୀନ ହେଲେ ଯାଇ କବିତା ଲେଖେ
ଲେଖି ହେଉ ନାହିଁ କାହିଁ।।।
କାହାର ବା ଦୁଃଖେ ବିଷାଦିତ ଅତି
ମୁଖେ ସ୍ଫୁରୁ ନାହିଁ ବାଣୀ
ଦୁଃଖ ତାପେ ଝଳି ଦେହ ହୁଏ ଘାରି
ଚଳୁ ନାହିଁ ମୋ କରଣୀ।।

5.ଭାବ ବିନୋଦିଆ ଭାବ ଲଗାଇଣ
କେଣେ ଗଲୁ ତୁହି ଛାଡ଼ି
ଭାବକୁ ଅଭାବ ଅଭାବକୁ ଭାବ
ନଟଖଟି ଏଡ଼େ ବଡ଼ି ।।

6.କେତେ ସ୍ମୃତି କେତେ ଅନୁଭୂତି
ସବୁ ହେଲା ଆଜି ଇତି
ତୁମରି ଆତ୍ମାକୁ ମିଳି ଯାଉ ଖାଲି
ଶୀଘ୍ରାତିଶୀଘ୍ର ସଦ୍ଗତି।।

Related posts

ସାବିତ୍ରୀ

satya

ଶ୍ରଦ୍ଧା ସୁମନର ପାତ୍ର

satya

ଦେବା କି ଏମିତି ପାନେ

satya

Leave a Comment

Login

X

Register