Satya Prakash
କବିତା

ବିଚିତ୍ର ଭୂଇଁଟି

ଉଦ୍ୟାନଟି କି ସେ ବିଚିତ୍ର ଭୂଇଁଟି
ଯେଉଁଠି କି ଆତ୍ମ ତୃପ୍ତି
ମୋର ସେ କର୍ମଠ ଜୀବନର କ୍ଳାନ୍ତି
ଲଭେ ଭୂଲି ସେଠି ମୁକ୍ତି ।2
ବୃକ୍ଷ ହିଁ ତ ବନ୍ଧୁ ବୃକ୍ଷ ହିଁ ଜୀବନ
ତହୁଁ ପରା ସଂରଚନା
ବାଡ଼ି ଚାରିପଟେ ଏଡିକି ଉଦ୍ୟାନ
କେଡ଼େ ମନୋଲୋଭା ଆଭା। ।2
ଫୁରୁସତ୍ ଯେବେ ମିଳଇ ଟିକିଏ
ଧାଇଁ ଯାଏ ତା’ର କୋଳେ
ଆଦରରେ ନିଏ କୋଳକୁ ତ ଟାଣି
ସ୍ନେହ ଆଶ୍ଳେଷରେ ବାନ୍ଧେ।। 3
ସୁଲୁସୁଲୁ ବାଆ ବାଜୁଥାଏ ଦେହେ
ଫୁଲ ରାଣୀ ଗନ୍ଧ ବାହି
ଆହାକି ସୁଗନ୍ଧ ନାସିକା ଆଘ୍ରାଣ
ପ୍ରଫୁଲ୍ଲିତ ମନସ୍ଵିନୀ।। 4
ହିଲୋଳିତ ହିଆ ପୁଲକରେ ଭରା
ମୃଦୁ ମନ୍ଦ ସମୀରଣ
ମନରେ ପ୍ରଶାନ୍ତି ଆଶ୍ୱାସନା ବାରି
ବିଶ୍ଵାସୀ ଫେଡ଼େ କଷଣ।। 5
ସେଇଟି କି ପରା ଯୂଇ ଯାଇ ହେନା
ରଜନୀଗନ୍ଧାର ମହକ
ମାଳତୀ ମାଧବୀ କୁନ୍ଦ କଳିକାଟି
କନିଅର କରବୀର।। 6
ସେଇଟି ଭ୍ରମର ଗୁଣୁଗୁଣୁ ସ୍ବନେ
ମଧୁର ଗାନଟି ଗାଏ
ରୁପେଲି ଚଢେଇ ଏ ଡାଳୁ ସେ ଡାଳ
ନାଚି ଡେଉଁଥାଏ।। 7
ପ୍ରଜାପତି ଦଳ ରଙ୍ଗୀନ ପୋଷାକେ
ମନ ନେଉ ଥାଏ ଜାଣି
ଆହାକି ଶାନ୍ତ ସେ ସ୍ନିଗ୍ଧ ତା’ର ଭାବ
ମନେ ଦିଏ ଶାନ୍ତି ପଣି।। 8
ସେ ଉଦ୍ୟାନ ପରି ଶାନ୍ତି ସମାଗମ
ନାହିଁ କେଣେ କେଉଁ କୋଣେ
ଦୁଃଖ ଅବସାଦ ଥାଉ ଯେତେ ମନେ
ନିର୍ବାପିତ ତା’ଶରଣେ।। 9
ଦେଖି ନାହିଁ ପୁଣି ପୃଥିବୀ ନିକରେ
ଏମିତିକା ଭାବାବେଶ
ଯେଉଁଠି ପାଲଟେ ଦାର୍ଶନିକ କେହୁ
ମୁଁ ଯେ କବି ସାହିତ୍ୟିକ।। 10

Related posts

ଭିନ୍ନ୍ ଏକ ନୂଆ ଗଢା ସମାଜ

satya

ହସ ଖୁସି ପରିବାର

satya

କରନି ମୋତେ ତୁ ନି ସ୍ଵ

satya

Leave a Comment

Login

X

Register