Satya Prakash
କବିତା

ଭୋଟ ନିଶ୍ଚେ ଦେବା

ଭୋଟ ନିଶ୍ଚେ ଦେବା
——-by ସତ୍ୟ ପ୍ରକାଶ ସେଠୀ
ନିର୍ବାଚନ ବେଳ ପାଖେଇ ଆସିଲା
ଭୋଟରଙ୍କୁ ନେଇ ପାଲା
କେଉଁ ଦଳିଆକୁ ଭୋଟ ଦେବା ଭାଇ
ସେଇ କଥା ଚିନ୍ତ ଭଲା।। 1
ଏ ଦଳକୁ ନୁହେଁ ସେ ଦଳକୁ ନୁହେଁ
କେଉଁ ଦଳିଆକୁ ଦେବା
ଭାବି ଚିନ୍ତି ଆମେ ନିର୍ଣ୍ଣୟଟି ନେବା
ହେଲେ ଭୋଟ ନିଶ୍ଚେ ଦେବା।। 2
ମତଦାନ ଠାରୁ ଦୁରେଇ ଗଲେ ତ ଭୋଟ ହାର କମି ଯାଏ
ଅଷାଢ଼ଣ୍ଢୁଆ ପଲ ଜିତା ପଟ ନିଏ
ଭଲ ପ୍ରାଥୀ ହାରି ଯାଏ।।
ଭୋଟ ଫଳାଫଳ ଗଣତନ୍ତ୍ରେ ପରା
ଜନତାର ହସ୍ତେ ନ୍ୟସ୍ତ
ଭଲ ପ୍ରାଥୀ ଦେଖି ଚୟନ ନକଲେ
ମତ କି ହୁଏ ସାବ୍ୟସ୍ତ?

Related posts

ଦୟା ନଦୀ କୂଳେ daya nadi kule

satya

ଆନ୍ତର୍ଜତୀୟ ଅଗ୍ନିଶମ ଦିବସ

satya

ନୂଆ ବରଷ ବରଷ ଉଣେଇଶି

satya

Leave a Comment

Login

X

Register