Satya Prakash
Uncategorised

ରାଜନୀତି

ରାଜନୈତିକ ଆକାଶ ଓ ଆଜିର ରାଜନୀତି – :By ସତ୍ୟ ପ୍ରକାଶ ସେଠୀ
ଆମେ ସ୍ଵାଧୀନୋତ୍ତର ଭାରତ ବର୍ଷରେ ଜନ୍ମ ଗ୍ରହଣ କରିଥିବାରୁ ଗଣତାନ୍ତ୍ରିକ ବ୍ୟବସ୍ତା ଭିତରେ ରାଜନୀତିର ପ୍ରଭାବ ଓ ପ୍ରଭୁତ୍ଵ ସମ୍ପର୍କରେ ଉଣା ଅଧିକେ ଅଭିହିତ ଅଛନ୍ତି। ବହୁ ଦଳିଆ ରାଜନୈତିକ ବ୍ୟବସ୍ଥାର ବ୍ୟବସ୍ଥାପକ ଦ୍ଵାରା ହେଉ ବା ବ୍ୟବସ୍ଥାପକର ବ୍ୟବସ୍ଥା ଦେଇ ଆମ୍ଭେମାନେ ବାହିତ ହୋଇଥାଏ। ତେବେ ଏହି ବ୍ୟବସ୍ଥାର ବାହାଲ ନ ହେଲେ ଆମ୍ଭେମାନେ ବେହାଲ ହେବା ସ୍ୱାଭାବିକ। ତେଣୁ ରାଜନୀତି ପ୍ରତି ଆମର ବେଳେ ବେଳେ ଆଗ୍ରହ ଥାଏ ବା ପରିସ୍ଥିତି ବାଧ୍ୟ କରିଥାଏ । କେତେବେଳେ କେମିତି ମଧ୍ୟ ଓଡ଼ିଶାର ଦଳୀୟ ରାଜନୀତିରେ ନେତାଙ୍କଠାରୁ ଆରମ୍ଭ କରି ଦଳୀୟ କର୍ମୀଙ୍କ ଯାଏ କାହାଠାରୁ ନା କାହାଠାରୁ ଆହ୍ଵାନଟିଏ ଆସିଥାଏ।, ଯାହାକୁ ହୁଏତ ଅଣଦେଖା କରି ହୁଏ ନାହିଁ।
ଏହି ରାଜନୀତି ପାଇଁ ଅନେକ ସମୟରେ ଅଫର୍ ଆସିଥାଏ ଯାହାକୁ ହୁଏତ ମଣିଷ ସବୁ ପ୍ରତ୍ୟାଖ୍ୟାନ କରିଦେଇଥାଇପାରେ । ପୁଣି ପ୍ରତିଦ୍ୱନ୍ଦିତାମୂଳକ ନିର୍ବାଚନରେ ହୁଏତ ସେ ପ୍ରତ୍ୟେକ୍ଷ ଅଂଶ ଗ୍ରହଣ କରି ନ ପାରେ । ମାତ୍ର ନିର୍ବାଚିତ ପ୍ରତିନିଧିମାନଙ୍କୁ ଜିତିବାରେ ତା’ର ଗୋଟେ ବଡ଼ ଭୂମିକା ଥାଏ ବା ପ୍ରଚ୍ଛନ୍ନ ହାତ ଥାଏ, ଯାହାକୁ କେବେ ବି ଅସ୍ୱୀକାର କରି ହେବ ନାହିଁ । ତା’ଛଡା ଲୋକପ୍ରିୟତା, ବନ୍ଧୁ ବତ୍ସଳତା ଓ ନେତୃତ୍ୱ ନେବାର ଦକ୍ଷତା ଥିଲେ ମଣିଷ ପାଇଁ ସୁଯୋଗ ଆସେ। ସେଇ ସୁଯୋଗର ସଦ୍ ଉପଯୋଗ କରିବାକୁ ଯାଇ ସେ ରାଜନୀତି ପାଇଁ ମନ ବଳାଏ।
ମଣିଷ ପିଲା ବାପା ମାଙ୍କର କ୍ରୋଡ଼ ମଣ୍ଡନ କରି ପୃଥିବୀର ପହିଲୁ ସୂର୍ଯ୍ୟ କିରଣ ଦେଖେ, ପରିବାରରେ ବଢ଼େ, ସମାଜରେ ଗଢ଼ି ହୁଏ ।ତେଣୁ ସମାଜ ସହିତ ତାର ନିଗଢ ବନ୍ଧନ, ବ୍ୟକ୍ତି ବ୍ୟକ୍ତି ସହ ତାର ସମ୍ପର୍କ। ଏହି ସମ୍ପର୍କ ଓ ସଂସର୍ଗ ହେତୁ ସାରା ଦୁନିଆଟା ସହ ତାର ସମ୍ପର୍କ। ଏତେବେଳେ ଗୋଟେ ପରିବାରରେ ସେ ରହିଲେ ମଧ୍ୟ ସଂଘବଦ୍ଧ ଜୀବନ ଯାପନ ସେ କରେ। ପରିବାର ଭିତରେ କେତେବେଳେ କେମିତି ତାକୁ ନାୟକ, ଉପନୟନ ବା ମୁଖିଆ ଭବରେ ମଧ୍ୟ ଦାୟିତ୍ଵ ନିର୍ବାହ କରିବାକୁ ପଡ଼େ। ସେଇ ଦକ୍ଷତା ଭିତ୍ତିରେ ଗୋଷ୍ଠୀ, ଗାଁ ବା କଲୋନୀ, ପଞ୍ଚାୟତ, ବ୍ଲକ, ଜିଲ୍ଲା, ରାଜ୍ୟ ଓ ଦେଶ ସ୍ତରରେ ମଧ୍ୟ ସେ ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୁଏ। ନିଜ ଦକ୍ଷତା ପ୍ରତିପାଦନ କରିବାକୁ ଯାଇ ବେଳେବେଳେ ସେ ସଂଘର୍ଷ କରେ। ନିଜ ହକ୍ ପାଇଁ ଲଢ଼େ। ଏହି ଲଢ଼ିବା ହିଁ ନେତା ଓ ନେତୃତ୍ୱର କଥା। ଇଚ୍ଛାକୃତ ହେଉ ବା ଅନିଚ୍ଛାରେ ନେତୃତ୍ୱ କଥା ଆସେ। ନେତୃତ୍ୱ ନେବା ପାଇଁ ତା ପାଖରେ ଅପର୍ଯ୍ୟାପ୍ତ ସୁଯୋଗ ଥାଏ। କିନ୍ତୁ ଏହି ନେତୃତ୍ୱ ଏମିତି ସହଜରେ ବା ଅନାୟାସରେ ଆସେ ନାହିଁ ଯେ ଜଣେ ଭଲ ଲୋକ ନେତୃତ୍ୱ ନେଇ ପାରିବେ। ଗୁଣ, ବିଦବତ୍ତା ଓ ଦକ୍ଷତା ଭିତ୍ତିରେ ନେତୃତ୍ୱ ସ୍ଥିର ହୋଇ ପାରୁ ଥିଲେ ଭଲ ହୋଇଥାନ୍ତା। କିନ୍ତୁ ସେପରି ହୁଏ ନାହିଁ। କାରଣ ଏଥିପାଇଁ ରାଜନୀତି ପେଞ୍ଚ ଥାଏ। ତେଣୁ ଯିଏ ଭଲ ଗୋଟି ଚଳାଇ ପାରିଲେ ସେଇ କେବଳ ରାଜନୀତିର ପଶା ପାଲିରେ ସଫଳ ସତରଞ୍ଜି ଖେଳାଳି ଭାବରେ ଉତ୍ତୀର୍ଣ୍ଣ ହୋଇ ନେତା ହୋଇ ପାରିଲେ। ତେଣୁ ଯେତେଟା ଏହା ସହଜ ପ୍ରତୀୟମାନ ହେଉଛି ସେତେଟା ସହଜ ନୁହେଁ, ବରଂ ଜଟିଳ ନୀତିର ଗଣିତ। ଗଣିତ ବିଶାରଦ ମାନେ ମଧ୍ୟ ଏ ପ୍ରକାର ଗଣିତର ସହଜ ସରଳ ଉତ୍ତର ଖୋଜି କି ଏ ଯାଏ ପାଇ ପାରି ନାହାନ୍ତି। ତେଣୁ ଏହା କ୍ଲିଷ୍ଟ ଓ ଦୁର୍ବୋଧ୍ୟ।

ଏହି ରାଜନୀତିଟା ଆଜି କିନ୍ତୁ ବଡ଼ କଳୁଷିତ। ଧୋକାଦାରୀ ବେଶୀ। ନୀତି, ଆଦର୍ଶବୋଧ ଓ ସଚ୍ଚୋଟତା କିଛିଟା କମ୍। ଜଣେ ଅନ୍ୟ ଜଣଙ୍କ କାନ୍ଧରେ ଗୋଡ଼ ଦେଇ ଉପରକୁ ଉଠିବାର ପ୍ରତିଯୋଗୀତା ଟିକିଏ ଅଧିକ। ବିଶ୍ବାସନିୟତା ଓ ବିଶ୍ବାସପଣିଆ ଅତି ନଗନ୍ୟ। ଭଲ ଲୋକଙ୍କର ଏଠି ସ୍ଥାନ ନାହିଁ। କୂଟନୀତି ଓ ଚାଣକ୍ଯ ଶାସ୍ତ୍ରର ପ୍ରୟୋଗ ଅଧିକ। ତେଣୁ କାହାକୁ ଭରସା କରାଯାଇ ପାରେ ନାହିଁ। ସବୁଠାରୁ ବିଶ୍ବାସଯୋଗ୍ୟ ଓ ଭରସାମନ୍ଦ ବ୍ୟକ୍ତିଟି ହିଁ ସବୁଠାରୁ ବଡ଼ ଶତୃ ହୋଇ ଛିଡ଼ା ହୁଏ।ଗୁପ୍ତ ରହସ୍ୟ ଉନ୍ମୋଚନ ଓ ଗୁପ୍ତ ତଥ୍ଯ ପ୍ରଘଟ କରେ। ଚାଟୁକାରଙ୍କ ସଂଖ୍ୟା ବେଶୀ। ନିଜର ଫାଇଦା ପାଇଁ ଅଯଥା ଚାଟୁକ୍ତି କରି ଘଟଣାର ମୋଡ଼ ବଦଳାଇ ଦିଅନ୍ତି, ଅଥଚ ଘଟଣାଟିକୁ ଅଧିକ ଜଟିଳ କରି ଗଢି ତୋଳି ଥା’ନ୍ତି। ଏମାନଙ୍କୁ ଭଗବାନଙ୍କ ଛାଟ ଟିକିଏ କମ୍ ହୋଇଥାଏ। ମାତ୍ର୍ double standard maintain କରିବା ଦ୍ୱାରା ଏ ଘର ପିଉସୀ ସେ ଘର ମାଉସୀ ହୋଇ ଏମାନେ ସହଜରେ କଳି ଲଗାଇ ଦେଇ ନାଟ ତାମସା ଦେଖିବାକୁ ଭଲ ପାଆନ୍ତି। ଭଗବାନଙ୍କ ଦ୍ୱାହି – ଏମାନଙ୍କଠାରୁ ଟିକିଏ ହାତେ ମାପି ଚାଖଣ୍ଡେ ଦୂରରେ ରହିବେ , ନ ହେଲେ କେତେବେଳେ ପାଣିରେ ବୁଡ଼ାଇ ମାରିଦେବ ତାର ହିସାବ ପାଇବେ ନାହିଁ । ପୂର୍ବର ସ୍ଵଚ୍ଛ ରାଜନୀତି ଆଜି ଦୁଷ୍ପ୍ରାପ୍ୟ ପ୍ରାୟ। ଭଲ କଲେ ଭେଲ ହେଉଛି। ରାଜନୈତିକ ଜଟିଳ ପରିସ୍ଥିତି ସବୁ ବିଗାଡ଼ି କି ରଖି ଦେଇଛି । ସବୁ ଆଡ଼େ ଖାଲି ଚକ୍ରାନ୍ତ। କୁଚକ୍ରୀଙ୍କ ସଂଖ୍ୟା ବିଶେଷ ବୃଦ୍ଧି ପାଇଛି। ଜନସେବା, ଜନ ଜାଗରଣ ନାଁରେ ବ୍ୟଭିଚାର ଓ ସଠତା ବଢିଛି। ଖାଲି ଗୁଡ଼ାଏ ମିଥ୍ୟା, ଦୁରାଚାର, ମିଥ୍ୟା ପ୍ରତିଶୃତି। ଏତେବେଳେ ଭଲ ଲୋକଙ୍କର ରାଜନୀତିରେ ପଶିବା ନିଷେଧ। କୁଟ, କପଟ ଓ କୂଟନୀତିରେ ଆଜିର ରାଜନୈତିକ ଆକାଶ ବେଶ୍ କଳୁଷିତ। ଶାନ୍ତି ବ୍ୟାହତ। ସ୍ବାର୍ଥପରତା ଓ ସ୍ୱାର୍ଥ ଲୋଲୁପତାର କରାଳ ଛାୟା ଚାରିଆଡ଼େ ଗ୍ରାସ କରିଛି। ଗୁଣ୍ଡାଗର୍ଦ୍ଦି ବୃଦ୍ଧି ପାଇଛି। ମଦ, ଅର୍ଥ ଓ ବାହୁବଳ ସର୍ବସ୍ଵ ରାଜନୀତିରେ ଭୋଟର କିଣା ବିକା ଚାଲିଛି। ଅର୍ଥର ବ୍ୟାପକ ପ୍ଳାବନ ଫଳରେ ସାଧାରଣ ସଚ୍ଚୋଟ ଲୋକ ନିର୍ବାଚନ ଲଢିବାକୁ ପଛଘୁଞ୍ଚା ଦେଉଛନ୍ତି । ଏଠି ଅସାମାଜିକ ଓ ଗୁଣ୍ଡାଙ୍କର ଆଧିପତ୍ୟ ଅଧିକ। ସେଇମାନେ ଭୋଟ କରେଇବେ ଓ ଜିତେଇବେ। ତେଣୁ ରାଜନୈତିକ ସଂସର୍ଗ ବଡ଼ ବିଷପିତା।

ଆମେ ଆମ ଜୀବନରେ ଦେଖିଛନ୍ତି ରାଜନୀତିରେ କେତେ ଘମାଘୋଟ ଲଢେଇ ହୁଏ । ଦେଖିଛନ୍ତି ରାଜନୈତିକ ଦଳର ଓ ନେତାଙ୍କ ଦ୍ୱାରା ହେଉଥିବା ଗାଁରେ ବାରମ୍ବାର ଗ୍ରାମ୍ୟ ଗଣ୍ଡଗୋଳ, ଅଶାନ୍ତି ଓ ଅସନ୍ତୋଷର ଦାବାନଳ। ବିଭିନ୍ନ ସଭା ସମିତିରେ ଠେଲାପେଲା। ମାଡ଼ଗୋଳ ପ୍ରହସନ। ଏହି ତ ରାଜନୀତି ଓ ସାମାଜ ସେବା। କ୍ଷମତା ଲୋଭରେ ଯେଉଁଠି ମୋହାଚ୍ଛନ୍ନ ନେତା।

ଏମାନଙ୍କର ଆହୁରି ଗୋଟାଏ ଚମତ୍କାରିତା ଅଛି-ଦଳାଦଳି, ଫଟାମଫଟି, ଭଙ୍ଗାଭଙ୍ଗି।କିଛି ନ ପାରିଲେ ବାପ ପୁଅଙ୍କ ଭିତରେ ବା ଭାଇ ଭାଇ ମଧ୍ୟରେ ଖଚ୍ଚ ମିଛ କହି ଝଗଡା ଝାଣ୍ଟି ଲଗେଇ ଦେଇଥିବେ। ଘଟଣାଟିକୁ ଏମିତି ମୋଡ଼ ଦେଇ ଦେଇଥିବେ ଯେ ଆଉ ସମାଧାନର ବାଟ ଫିଟେନା। କଥାଟାକୁ ମାଜି ଘସି ଚିକ୍କଣ କରି ତୂଳୀରେ ରଙ୍ଗ ବୋଳି ଦେଲା ପରେ ନିହାତି ଅମୂଳକ କାହାଣୀଟା ସତ ସତିକା ନାଟକ ପରିକା ସତ ପ୍ରତୀତ ହୋଇଥାଏ । ଭୁଲ୍ ଭୁଲିଆରେ ପଡ଼ି ମଣିଷ ମୁଣ୍ଡ ସିନା ଟାଇଁ ଟାଇଁ ହୁଏ, ହେଲେ ପରାଭବର ଗ୍ଲାନି ମାନଟାକୁ ଅଥୟ କରି ଦେଇଥାଏ । ଅସଲ କଥା ଆଉ ବୁଝିଲା ବେଳକୁ ଫଳ ନା ଚୋପା ଥାଏ। ନେଡି ଗୋଡ ତେଣିକି କହୁଣୀ କି ବୋହି ଯାଇଥାଏ। ଫାଇଦାବାଜଙ୍କର ସିନା ଫାଇଦା ହୋଇଥାଏ, ହେଲେ ସାଧାରଣ ଜନତାର କି ଲାଭ ହୁଏ? ରାଜନୀତିର କୁତ୍ସିତ କଦାକାର ରୂପ ମନରେ ଭିତ୍ତି ସଂଚାର କରେ। ଶଙ୍କା ଆଶଙ୍କାରେ ମନ ବିଶୋଇ ହୋଇ ଉଠେ। ଏହି ତ ଆମ ଭୋଟର ସର୍ବସ୍ଵ ରାଜନୀତି ଓ ରାଜନେତାଙ୍କ କରିସ୍ମା।

Related posts

ମୁଖବନ୍ଧ… ପଦୁ ମାଷ୍ଟ୍ରେ

satya

ସହଯାତ୍ରୀ

satya

ଦୟାଳୁ ରୋଷେୟା

satya

Leave a Comment

Login

X

Register