Satya Prakash
Uncategorised

ପବିତ୍ର ସମ୍ପର୍କ

ପବିତ୍ର ସମ୍ପର୍କ
By ସତ୍ୟ ପ୍ରକାଶ ସେଠୀ
ଭାଇ ଭଉଣୀର ଉତ୍ସବ ଆଜି ତ
ହର୍ଷଦମୁଖ ସଭିଏଁ
ଭଉଣୀ ବାନ୍ଧିବ ଭାଇର ହାତରେ
ସୁନ୍ଦର କବଚଟିଏ ।।
ମନରେ ସରାଗ ଅସୁମାରି ତା’ର
ତୁଳନା କରିବ କିଏ
ଖୁସିରେ ପାଦ ତା ଲାଗୁ ନାହିଁ ତଳ
ଗେହ୍ଲେଇ ଭଉଣୀ ସିଏ।।
ଭାଇର ମନ ବି ଉଚ୍ଚାଟିତ ଭାରି
କେମିତି ଭେଟିବ ଯାଇ
ଫୁଲେଇ ରାଣୀ ତ ରହିଛି ଅନାଇ

କେଉଁଠୁ ଆସିବ ଧାଇଁ।।।
ଭାଇ ଭଉଣୀର ମିଳନ ହୋଇବ
ଭାଉଜ ରହିବ ଚାହିଁ
ନଣନ୍ଦ ଉପରେ ଖପ୍ପା ହେଲେ ଯେତେ
ଭାଇ ଶୁଣିବନି କାହିଁ ।।
ହାରିବ ଭାଉଜ ଜିତିବ ନଣନ୍ଦ
ପାରିବନି ଅଟକାଇ
ଭଉଣୀ ହାତରୁ ପିନ୍ଧିବାକୁ ରାକ୍ଷୀ
ଉତ୍ତାବଳ ହେବ ଭାଇ।।

Related posts

Check this out on Flipkart

satya

ଲେମ୍ବୁ ଦିବସ

satya

ଟୀକାକରଣ

satya

Leave a Comment

Login

X

Register