Satya Prakash
Uncategorised

ଦେଶର ଶଙ୍କଟ ଘଡି

ଦେଶରେ ଶଙ୍କଟ ଘଡି
—-by ସତ୍ୟ ପ୍ରକାଶ ସେଠୀ
ସ୍ଵାଧୀନ ସ୍ଵାଧୀନ ସ୍ଵାଧୀନ ଆମେରେ
ସ୍ଵାଧୀନ ଭାରତବାସୀ
ଦେଶର ସୁରକ୍ଷା ଦେଶ ନିରାପତ୍ତା
ଆମେ କରିବାରେ ମିଶି।।
ବର୍ତ୍ତମାନ ସ୍ଥିତି ଭିନ୍ନ୍ ପରିସ୍ଥିତି
ବିପନ୍ନ ସୁରକ୍ଷା ସ୍ଥିତି
ପଡୋଶୀ ରାଷ୍ଟ୍ରର ଶତୃ ଆଚରଣ
ବାମ ହୋଇଲାଣି ମତି।।
ଚାଇନା ସାଙ୍ଗକୁ ପାକିସ୍ଥାନ ପାଜି
ଉତ୍ତାବଳ ହୁଏ ଆଜି
ନେପାଳ ବାଂଲା ବି ସାଥି ଦେଉ ନାହିଁ
ଚାଇନା ଚାଇନା ଭଜି।।
ଏତେବେଳେ ତେଣୁ ଏକାଠି ନୋହିଲେ
ସ୍ଵପ୍ନ ଯିବ ସବୁ ହଜି
ସ୍ଵାଧୀନତା ରବି କେଣେ ଯିବ ଚାଲି
ଖୋଜି ପାଇବାନି ଭଜି I ।
ପରସ୍ପର ଲଢ଼ି ଲାଭ ନାହିଁ କିଛି
ଦେଶର ଶଙ୍କଟ ଘଡି
ଚାଲ ଆମେ ଆଜି ବିବାଦ ଭୁଲିଣ
ଶତୃକୁ ଦେବାରେ ତଡି।।

Related posts

ବ୍ଯାଚଲର ପାର୍ଟି

satya

ଦରମା

satya

ମୁଁ ନୋବେଲ ପାଇବି

satya

Leave a Comment

Login

X

Register