Satya Prakash
କବିତା

ନିର୍ବାଚନୀ ଉଷ୍ମତା

ଚତୁରେ ଚତୁରେ କୋଳାକୋଳି ହେବେ
ଆମକୁ ନୀରିହ ଦେଖି
ତେଲିଆ ମୁଣ୍ଡରେ ତେଲ ମାଖି ଦେବେ
ଆମକୁ ନୁଖୁରା ରଖି ।।1
ନୋଟ ସର୍ବସ୍ଵଟି ଭୋଟ ରାଜନୀତି
ଗଣତନ୍ତ୍ର ଯାଏ ହଜି
ନିର୍ବାଚନ ଆଳେ ଭେଳିକି ଦେଖାଇ
ନେତାଏ ମାରନ୍ତି ବାଜି।। 2
ସବୁ ଚକରରେ କଣ ଠେସା ଦେଇ
ଆଗକୁ ଯା’ନ୍ତି ମାଡ଼ି
ଧସେଇ ପଶିବା ହେଉ ନାହିଁ ଯେଣୁ
ପଛରେ ରହିଛୁ ପଡ଼ି।। 3
କିଏ କହେ ସାପ କିଏ କହେ ବେଙ୍ଗ
କିଏ କହେ ଚିହ୍ନ ଭାତ
ଯେଉଁ ଦଳିଆକୁ ଭୋଟ ଦେବା ଆମେ
ସେଇ କଥାଟି ତ ମତ।। 4
ଥରେ ଭୁଲ ହେଲେ ମତାମତ ତ
ପାଞ୍ଚ ବରଷ ତ ଯିବ
କେମିତି ବାଛିବା ଏମିତିକା ପ୍ରାଥୀ

ଯିଏ ଦୁଃଖେ ଛିଡା ହେବ।। 5
ଭାରତୀୟତାର ଜୟଗାନ ହେଉ
ଗଣତନ୍ତ୍ର ବଞ୍ଚି ରହୁ
ଭୋଟର ସର୍ବସ୍ଵ ରାଜନୀତି ଠାରୁ

ଜାତୀୟତା ଉର୍ଦ୍ଧ୍ବେ ଥାଉ। ।0

Related posts

ପୁସ୍ତକ ଓ କପି ରାଇଟସ୍ ଦିବସ

satya

ମଜାଟି ଚାଖିବୁ ଚୋଖା

satya

ନୁଆଁଣିଆ ଚାଳ

satya

Leave a Comment

Login

X

Register