Satya Prakash
କବିତା

ଶହିଦ୍ ଦିବସ

ଶହିଦ୍ ଦିବସ
By ସତ୍ୟ ପ୍ରକାଶ ସେଠୀ
ଜାନୁୟାରୀ ମାସ ତିରିଶ ତାରିଖ
ସହିଦ୍ ଦିବସ ରୂପେ
ପାଳିତ ହୁଅଇ ଭାରତ ବରଷେ
ଅନୁତାପ ଅନୁରୂପେ।।
ନୀତି ନିୟମର କଷଟି ପଥରେ
କଷିଥିଲେ ନିଜ ମନ
ଆଦର୍ଶବାନର ଆଦର୍ଶରେ ଗଢା
ଜୀବ ଶରୀ ଗୋଟାମାନ।।
ଭୋଗ ବିଳାସରେ ନ ରହି ବ୍ୟାପୃତ
ତ୍ୟାଗ ସେବା କର୍ମ ଫଳେ
କୋଟି ଜନତାର ହୃଦ ଜିଣିଥିଲେ
ସୁକୃତ ମହିମା ବଳେ।।
ମହାତ୍ମା ଗାନ୍ଧୀଜୀ ଏ ଦେଶ ନାୟକ
ଶାନ୍ତିର ପରା ସେ ଦୂତ
ଅହିଂସାର ଅସ୍ତ୍ରେ ଫିରିଙ୍ଗିକୁ ଯିଏ
କରିଥିଲେ ବିତାଡ଼ିତ।।

ପ୍ରାର୍ଥନା ସଭାରେ ପ୍ରାର୍ଥନାରେ ରତ
ଶାନ୍ତି ଖୋଜୁଥିଲେ ଗୋଟେ
ଏତିକି ବେଳକୁ ଟଳି ପଡିଥିଲେ
ଆତତାୟୀ ଗୁଳି ଚୋଟେ।।

Related posts

ଗୋଲାପ ଦିବସ

satya

ଆନ୍ତର୍ଜାତିକ ଲେଭେଲ କ୍ରସିଂ ସଚେତନ ଦିବସ

satya

ଆମ ଗାଁ ହାଲଚାଲ

satya

Leave a Comment

Login

X

Register