Satya Prakash
କବିତା

ଆଖଣ୍ଡଳମଣି

ଆହେ ଭୋଳା ବାବା ଆଖଣ୍ଡଳମଣି

ଅଧୀଶ୍ୱର ଆରଡ଼ିର

ତୁମ ଉପାଖ୍ୟାନ କେଡ଼େ ଯେ ମହାନ

କେମିତି କହିବି ଡର ।। 1

ତୁମେ ବିରାଜିତ ଆରଡ଼ି ଗ୍ରାମରେ

ବୈତରଣୀ ନଦୀ କୂଳେ

ଏଥୁଁ ତିନି ଶହ ପଚାଶ ବରଷ

ତଳର କାହାଣୀ  ମୂଳେ ।। 2

ରାଜାଙ୍କ ହଳିଆ ହଳ କରିବାକୁ

ଯାଇଥିଲା ଦିନେ କ୍ଷେତେ

ଲଙ୍ଗଳ ମୁନଟି ବାଜିଲା ଯାଇ ସେ

ଆରଡ଼ି ଅଧୀଶ ମୁଣ୍ଡେ।। 3

ଆ’ ଆ’ ବୋଲି ସେ ତ ଚିତ୍କାର ଶୁଣିଣ

ଛାନିଆଁରେ ଧାଏଁ କେଣେ

ତହୁଁ ତ ଗ୍ରାମର ନାମ ରଖାଗଲା

ଆରଡ଼ି ବୋଲିଣ ଜାଣେ।। 4

ଖଣ୍ଡିତ ହେବାରୁ ମୂର୍ତ୍ତିଟି ତାଙ୍କର

ଆଖଣ୍ଡଳମଣି ଭାଳେ

କଳା ମଚମଚ ମୁଗୁନି ପଥର

ମଣି ସଦୃଶ୍ୟଟି ଜଳେ।। 5

ଝିରି ଝିରି ହୋଇ ବୋହି ଗଲା ରକ୍ତ

ବୈତରଣୀ ନଦୀ ଆଡ଼େ

ତୁରନ୍ତ ଯାଇଣ କହିଲା ରାଜନେ

ଦେଖିଲେ ସେ ଯାଇ ବେଗେ ।। 6

ରକ୍ତର ସ୍ଥାନେଟି ବୋହୁଥିଲା ସେଠି

ଦୁଗ୍ଧର ବନ୍ୟାଟି ଖାଲି

ଜଗି ରହିଥିଲେ ନାଗ ସାପ ବହୁ

ମୁଗୁନି ପ୍ରସ୍ତର ମୂର୍ତ୍ତି।। 7

ରାଜା ଶ୍ରୀ ନିଳାଦ୍ରୀ ସମରସିଂହ

ମହାପାତ୍ରେ ବିସ୍ମୟ କଲ

ରାତ୍ରିରେ ତୁମେ ତ ସ୍ଵପ୍ନାଦେଶ କଲ

ରାଜା ହେଲେ ବିଚଳିତ।। 8

ତୁରିତେ କାଷ୍ଠରେ ନିର୍ମାଣ କଲେଟି

ସେ ସ୍ଥାନେ ମନ୍ଦିର ଏକ

ନହର ଗ୍ରାମରୁ ବ୍ରାହ୍ମଣ ପାଞ୍ଚୋଟି

ଡକାଇ ଆଣିଲେ ପୂଜ।। 9
କନିକା ରାଜନ ହରି ହର ଭଞ୍ଜ
କୁଷ୍ଠ ରୋଗୁ ମୁକ୍ତ ହେଲେ
ପାଟରାଣୀ ପାଟଦେଇ ସତ୍ୟଭାମା
ଅଧିଆ ପଡ଼ିଲେ ଯେବେ।। 10
ତହୁଁ ଅଠର ଶହ ତିରିଶି ଦଶକେ (1830-1840)
ନିର୍ମିତ ହୋଇଲା ପରା
ପଚାଶ ଫୁଟର ଏବର ମନ୍ଦିର
କନିକା ରାଜନ ଦ୍ଵାରା।। 11
ସନ୍ଥ ରାଜ ଶ୍ରୀ ନରସିଂହ ପ୍ରତାପ
ତୋଳି ଗଢ଼େ ମୁଖ ଶାଳା
ପୁନଶ୍ଚ ଶ୍ରୀ ଦର୍ଶନ ଶେଖର ଦାସ
ଗଢି ତୋଳି ଦେଲେ ବେଢା।। 12
ପରେ ଆଜିକାର ଭୋଗ ମଣ୍ଡପଟି
ଗଢିଲେ ଏ ସରକାର
ଯାହା ଭଦ୍ରକଠୁଁ ସ୍ଥିତ ଅଳ୍ପ ଦୂରେ
ଚୌତ୍ରିଶ କିଲୋ ମିଟର।। 13
ହେ ଆରଡ଼ିଶ୍ୱର ଓମ୍ ଓମ୍ ଭୋଳେ
ଭୋଳା ନାଥ କହେ ତୋତେ
ଦୁଃଖ ଦରିଆରେ ମୁଁ ଯେ ଉବୁଟୁବୁ
ସେଥୁଁ ପାରି କର ମୋତେ।। 0

 

 

Related posts

ଦେବା କି ଏମିତି ପାନେ

satya

ଯମଜ ଭ୍ରାତା

satya

ରଣ ଭୂଇଁ

satya

Leave a Comment

Login

X

Register