Satya Prakash
ଗଳ୍ପ

କିଛି କଥା

ପ୍ରବନ୍ଧ ଓ କବିତା ଭଳି ଗଳ୍ପରେ ଲେଖକ ନିଜକୁ ନିଜେ ଖୋଜି ଆବିଷ୍କାର କରିପାରେ ନାହିଁ  । କାରଣ ଏଠି ତା’ର ସ୍ୱଚ୍ଛନ୍ଦ ବିହାରରେ ବାଧା ଉପୁଜେ  । ଚରିତ୍ର ମାଧ୍ୟମରେ ନିଜ ହୃଦୟର ସବୁତକ ଭାଷା ସ୍ପଷ୍ଟ ଓ ତୀର୍ଯ୍ୟକ ଭାବେ କେବେ ବି ଅଭିବ୍ୟକ୍ତି ଲାଭ କରିପାରେ ନାହିଁ  । ଯେହେତୁ ଚରିତ୍ର ମୁହଁରେ ସବୁତକ ନିଜ କଥା କହିବା ବା କୁହାଇବା ଆଦୌ ସମ୍ଭବପର ନୁହେଁ; ସେହି ହେତୁ ଲେଖକ ଚରିତ୍ରର ଭାଷାରେ ଭାଷ୍ୟକାର ପାଲଟିଯାଏ  । ତଥାପି ବି ସବୁକିଛି ବ୍ୟକ୍ତ ହୋଇପାରେ ନାହିଁ । ସେଥିପାଇଁ ଗଳ୍ପଟିଏ ଲେଖିସାରିବା ପରେ ଆହୁରି ଅନେକ ଅସନ୍ତୋଷ ଅଶାନ୍ତି ମନରେ ରହିଯାଏ  । ଅଥଚ ଏ ସବୁ ସତ୍ତ୍ୱେ ଲେଖକଙ୍କର ଆଭିମୁଖ୍ୟ କେମିତି ଗୋଟାଏ ସହଜେ ବାରି ହୋଇପଡ଼େ, ସେହି ପ୍ରୟାସରେ ଏହି ସମାଜର ଅପେକ୍ଷାକୃତ ଅବହେଳିତ, ଅନୁନ୍ନତ, ନିମ୍ନ ଦୁର୍ବଳ ଶ୍ରେଣୀର ଚରିତ୍ର ଗୁଡିକ ପ୍ରତି ସମବେଦନା ପ୍ରକଟ କରିବା ବା ସମ୍ବେଦନଶୀଳ ହୋଇପଡ଼ିବା ବୋଧହୁଏ ମୋର ଐକାନ୍ତିକ ଇଚ୍ଛା  ଯେଉଁଥିପାଇଁ ଚିରାଚରିତ ପ୍ରେମ ପ୍ରଣୟ ସୁଖଦ ଅନୁଭବ ବା ଅନୁଭୂତି ଭିତରେ ବୁଡ଼ି ରହି ଏକ ଭିନ୍ନ ଅଥଚ ପରିବର୍ତ୍ତନଶୀଳ ସମାଜ ପାଇଁ ସାଙ୍କେତିକ ହୋଇ ପଡିବା ମୋ ଗଳ୍ପର ବୈଲକ୍ଷଣ  ଆଶା ମୋର ପ୍ରିୟ ପାଠକ ପାଠିକା ଏଗୁଡ଼ିକ ପ୍ରତି ନିଜର ରୁଚି ରଖିବେ  ତଥା ଗଳ୍ପ ଗୁଡ଼ିକ ପ୍ରସାରଲାଭ କରିବା ଦିଗରେ ସହାୟତା କରିବେ 

 

କଥାକାର

Related posts

ମଲା ପୁଅ ବଞ୍ଚିଲା

satya

ଦିନକର ଅପତ୍ନୀକ

satya

ମୋ ମାମୁଁ ଘର ଗାଁ ମୋ ବାଲ୍ୟସଙ୍ଗିନୀ

satya

Leave a Comment

Login

X

Register