Satya Prakash
ଗଳ୍ପ

କିଛି କଥା

ପ୍ରବନ୍ଧ ଓ କବିତା ଭଳି ଗଳ୍ପରେ ଲେଖକ ନିଜକୁ ନିଜେ ଖୋଜି ଆବିଷ୍କାର କରିପାରେ ନାହିଁ  । କାରଣ ଏଠି ତା’ର ସ୍ୱଚ୍ଛନ୍ଦ ବିହାରରେ ବାଧା ଉପୁଜେ  । ଚରିତ୍ର ମାଧ୍ୟମରେ ନିଜ ହୃଦୟର ସବୁତକ ଭାଷା ସ୍ପଷ୍ଟ ଓ ତୀର୍ଯ୍ୟକ ଭାବେ କେବେ ବି ଅଭିବ୍ୟକ୍ତି ଲାଭ କରିପାରେ ନାହିଁ  । ଯେହେତୁ ଚରିତ୍ର ମୁହଁରେ ସବୁତକ ନିଜ କଥା କହିବା ବା କୁହାଇବା ଆଦୌ ସମ୍ଭବପର ନୁହେଁ; ସେହି ହେତୁ ଲେଖକ ଚରିତ୍ରର ଭାଷାରେ ଭାଷ୍ୟକାର ପାଲଟିଯାଏ  । ତଥାପି ବି ସବୁକିଛି ବ୍ୟକ୍ତ ହୋଇପାରେ ନାହିଁ । ସେଥିପାଇଁ ଗଳ୍ପଟିଏ ଲେଖିସାରିବା ପରେ ଆହୁରି ଅନେକ ଅସନ୍ତୋଷ ଅଶାନ୍ତି ମନରେ ରହିଯାଏ  । ଅଥଚ ଏ ସବୁ ସତ୍ତ୍ୱେ ଲେଖକଙ୍କର ଆଭିମୁଖ୍ୟ କେମିତି ଗୋଟାଏ ସହଜେ ବାରି ହୋଇପଡ଼େ, ସେହି ପ୍ରୟାସରେ ଏହି ସମାଜର ଅପେକ୍ଷାକୃତ ଅବହେଳିତ, ଅନୁନ୍ନତ, ନିମ୍ନ ଓ ଦୁର୍ବଳ ଶ୍ରେଣୀର ଚରିତ୍ର ଗୁଡିକ ପ୍ରତି ସମବେଦନା ପ୍ରକଟ କରିବା ବା ସମ୍ବେଦନଶୀଳ ହୋଇପଡ଼ିବା ବୋଧହୁଏ ମୋର ଐକାନ୍ତିକ ଇଚ୍ଛା  । ଯେଉଁଥିପାଇଁ ଚିରାଚରିତ ପ୍ରେମ ପ୍ରଣୟ ଓ ସୁଖଦ ଅନୁଭବ ବା ଅନୁଭୂତି ଭିତରେ ବୁଡ଼ି ନ ରହି ଏକ ଭିନ୍ନ ଅଥଚ ପରିବର୍ତ୍ତନଶୀଳ ସମାଜ ପାଇଁ ସାଙ୍କେତିକ ହୋଇ ପଡିବା ମୋ ଗଳ୍ପର ବୈଲକ୍ଷଣ  । ଆଶା ମୋର ପ୍ରିୟ ପାଠକ ପାଠିକା ଏଗୁଡ଼ିକ ପ୍ରତି ନିଜର ରୁଚି ରଖିବେ  ତଥା ଗଳ୍ପ ଗୁଡ଼ିକ ପ୍ରସାରଲାଭ କରିବା ଦିଗରେ ସହାୟତା କରିବେ  ।

 

କଥାକାର

Related posts

ବୁଢା ସାଙ୍ଗକୁ ଟୋକା ପ୍ରୀତି

satya

ଗାଁରୁ ସିନେଟ ଯାଏଁ – ଏକ ଅବଲୋକନ

satya

ଆଲୋକର ଅନ୍ତରାଳେ

satya

Leave a Comment

Login

X

Register