Satya Prakash
କବିତା

ତୁମେ ଏ ନାଟକେ…

ତୁ ଏଇ ନାଟକେ…
By ସତ୍ୟ ପ୍ରକାଶ ସେଠୀ
ତୁ ଏଇ ନାଟକେ ମହାନ ନାୟକ
ମୁଁ ଗୋଟେ କଳାକାର
ତୁମ ଅଭିନୀତ ନାଟକରେ ମୋର
ଭୂମିକାଟି କିନ୍ତୁ କ୍ଷୁଦ୍ର।।
ତୁମେ ନାଟ୍ୟକାର ପୁଣି ନିର୍ଦ୍ଦେଶକ
ତୁମେ ଚାହିଁଲେଟି ଯାହା
ନିର୍ଦ୍ଦେଶନା ଲାଗି ରହିଛି ଅଟକି
ମିଳୁନାହିଁ କାହିଁ ତାହା।।
ମିଳିଲେ ଲଂଘିବି ଗିରି ସମୁଦ୍ରଟି
ହେଉ ପଛେ କଷ୍ଟ ମୋତେ
ପଟୁ କଳାକାର ହେବା ଲକ୍ଷ୍ୟ ରଖି
ଧାଉଁ ଅଛି ପଛେ ଏତେ ।।
27. 11.2019.

Related posts

କଣା ଶୁକ୍ରାଚାର୍ଯ୍ୟ

satya

ଗୋଡ଼ି ଓ ସିମେଣ୍ଟ

satya

ଭାଇ! ବନାମ ବାବୁ!

satya

Leave a Comment

Login

X

Register