Satya Prakash
କବିତା

ଦୁର୍ଗତିନାଶିନୀ durgatinadini

ଜୟ ଜୟ ମାଆ ଦୁର୍ଗତିନାଶିନୀ

ଦଶଭୁଜା ପରା ତୁଇ

ଦୁଷ୍ଟ ବିନାଶିନୀ ଶିଷ୍ଟ ପାଳି ଥାଉ

ପରାଭବ ଦୃଷ୍ଟେ ଦେଇ।। 1

କଳିକାଳ ଏହି ଘୋର ବିପର୍ଯ୍ୟୟ

ବିପଥଗାମିନୀ ଜନ

ଇନ୍ଦ୍ର ଚନ୍ଦ୍ର କିଛି ମାନୁ ନାହିଁ ଆଉ

ଲୁଟୁ ଅଛି ପର ଧନ।। 2

ବିଚାରଟି ଭ୍ରଷ୍ଟ କହୁଅଛି ଗର୍ବେ

ସ୍ଵର୍ଗ ଆଉ ଏକ ପାଦ

ଏଡିକି ନିର୍ବୋଧ ଫୁଟାଣିଆ ଭାରି

ଶୁଣୁ ନାହଁ ଧର୍ମ ପଦ।। 3

ଧର୍ମର ଛାଟଟା ଆଚ୍ଛା କରି ଗୋଟେ

ଦିଅନ୍ତୁ କି ତାହାଠାରେ

ପାଆନ୍ତା ଚେଙ୍କାଟି ସୁଧୁରି ଯାଆନ୍ତା

ପଛକୁ ଆସନ୍ତା ଭେରେ।। 4

କାହିଁକି ଲୋ ତୁହି କହୁ ନାହୁଁ କିଛି

ପୀଡ଼ା ଦେଉ ଅଛି ଭାରି

ପାରୁନି କେହି ତ ଲଢି ତା’ର ସଙ୍ଗେ

ଦେହ ଯାଉ ଅଛି ଘାରି।। 5

ତୁ ଚାହିଁଲେ ଏକା ଶାନ୍ତି ଯେ ପ୍ରତିଷ୍ଠା

ହେବ ଏହି ମହୀ ଧାମେ

ପାପୀ ତାପି ଯିବେ ନିଶ୍ଚିହ୍ନ ହୋଇଣ

ଧରମ ଦେ’ଲୋ କରମେ।। 0

Related posts

ଉପଦ୍ରବୀ

satya

ତଣ୍ଡୁଳ ମୁଠେ

satya

ଉପଗ୍ରହ ବିଧ୍ଵଂସୀ ଯନ୍ତ୍ର

satya

Leave a Comment

Login

X

Register