Satya Prakash
କବିତା

ଶାଗ ଖିଆ ଓ ପେଜ ଖିଆ

ଶାଗ ଖିଆ ଓ ପେଜ ଖିଆ
–by ସତ୍ୟ ପ୍ରକାଶ ସେଠୀ
ଶାଗ ଖିଆକୁ ତ ପେଜ ଖିଆ ପରା
ପାରେନି ମୋଟରୁ ଦେଖି
ଏଡ଼େ ଅସହିଷ୍ଣୁ ଯେଉଁଠି ସମାଜ
ଚଳିବା କି ଜଗି ରଖି।। 0
ଦୁଃଖେ ଭାଗୀଦାର ହେଉ ନାହିଁ କେହି
ସୁଖେ ଯେତେ ହାଇଁପାଇଁ
ଭରସି କହିଲେ କଥା ରହୁନାହିଁ
ସୁଖ ଭାଗ ଯାଏ ଧୋଇ।।
ଏଡିକି ସ୍ୱାର୍ଥାନ୍ଧ ସ୍ୱାର୍ଥ ଗ୍ରାସୁଅଛି
ଦିଶୁ ନାହିଁ କିଏ ଭ୍ରାତ
ସ୍ୱାର୍ଥ ସିନ୍ଧୁ ପରା ବିଶାଳ ସାଗର
ପାଉ ନାହିଁ ମୋର କାତ।।

Related posts

ସମାନତା ଆମ ଅଧିକାର

satya

Nutrition day

satya

ସାବିତ୍ରୀ

satya

Leave a Comment

Login

X

Register