Satya Prakash
କବିତା

ପ୍ଲାନେଡ଼ ଭିଲେଜ୍

ଯେଉଁଠି ଶତାଂଶ ଅଶି ଭାଗ ଲୋକେ

ଅଶିକ୍ଷା, ତିତିକ୍ଷା ଅନ୍ଧକାରେ ରହେ

ସେ ଗାଁ ପରିମଳ ନିର୍ମଳ ନ ହେଲେ

ଦେଶର ପ୍ରଗତୀ କି ଆଉ ସମ୍ଭବ?

ବୁଭୂକ୍ଷା ଜନିତ ହତାଶାରେ ଆମେ ସଢେ

ତୁମ ହୀନମନ୍ୟତାର ଆମେ ଯେ ଶୀକାର।

ସହରୀ ସୁବିଧା ସୁଯୋଗର ତହୁଁ

ଅଭାବବୋଧ ଏଠି ତ ଆମେ ସହେ ।

ତେଣୁ ଆମକୁ ଦିଅ ସ୍କୁଲ କଲେଜ

ଆମ ଛୁଆ ପିଲାଏ ପଢିବେ ପାଠ

ଆମକୁ ଦରକାର ପାନୀୟ ଜଳ

କୂଅ ପୋଖରୀ ଖେଳ ପଡ଼ିଆ ବଡ଼  ।

ପିଲାଏ ଖେଳିବେ ଯେ ଖେଳ ବଢିଆ

ଏଥକୁ ଜରୁରୀ ସ୍ୱାସ୍ଥ୍ୟର ସୁରକ୍ଷା

ଡ଼ାକ୍ତରଖାନା ପଶୁ ଡ଼ାକ୍ତର ଲୋଡ଼ା  ।

ରଖିବାକୁ ଦେଶ ବିଦେଶର ଖବର ଅନ୍ତର

ଆମକୁ ଦରକାର ଟେଲିଗ୍ରାମ ପୋଷ୍ଟ ଅଫିସ୍  ।

ଦେଶ ଅର୍ଥନୀତିର ବିକାଶ ଯଦି ଚ ଚାହଁ

ସଶକ୍ତି କରଣ କର ଗ୍ରାମ୍ୟ ଜୀବନ ଆଗ ।

ଦେଶ ଅର୍ଥନୀତିର ମେରୁଦଣ୍ଡ

କହଇ ସିନା ଗ୍ରାମୀଣ ବିକାଶ

ଗାଆଁ ପରିମଳ ଗାଁ ପରିବେଶ

ସଜାଡ଼ି ବସିବା ତାହିଁକି ଚାଲ ।

ଦୁଇ କଡ଼େ ନର୍ଦ୍ଦମା ସୁଲଭ ଶୌଚାଳୟ

ଗାଁକୁ ଯୋଗାଅ ପକ୍କା ରାସ୍ତା ବିଜୁଳିବତୀ

ଟେଲିଫୋନ୍ ଓ ବସ୍ ମୋଟର ଚଳାଚଳ

ଗାଁରେ ବସିବ ମାର୍କେଟ

ବେକିଂଗ ସୁବିଧା ସୁଯୋଗ

ଗାଁରେ ଖୋଲିବ ପାଠାଗାର

ଆଉ ତ ରିକ୍ରେସନାଲ କ୍ଲବ

କୃଷି ଯନ୍ତ୍ରପାତି ଏବଂ କୃଷି  ପରାମର୍ଶ କେନ୍ଦ୍ର

ଟି.ଭି. କମ୍ପୁଟର , ସମ୍ବାଦପତ୍ର ସୂଚନା କେନ୍ଦ୍ର

ଆମ ଅର୍ଥେ ଯେଣୁ ତୁମ ରାଜକୋଷ

ପ୍ଲାନେଡ଼ ଭିଲେଜ୍ ତ ଆମେ ଚାହେଁ ।

Related posts

କେବଳ ଦେଖନ୍ତି

satya

ଫୁଟାଣିଆଙ୍କୁ ପଦେ

satya

କଜଳ ପାତିଆ ଭଦ୍ରଲୋକ

satya

Leave a Comment

Login

X

Register