Satya Prakash
କବିତା

ମୁଁ ଚାହେଁ ଜିଇଁବାକୁ ପୁଣି ଥରେ

ମୁଁ ଚାହେଁ ଜିଇଁବାକୁ ପୁଣି ଥରେ ସେହି ମୁହୂର୍ତ୍ତ
ଯେଉଁ ମୁହୂର୍ତ୍ତକୁ ଛାଡିଥିଲି ଦିନେ କେଉଁ ମୁହୂର୍ତ୍ତରୁ
ଯେଉଁ ମୁହୂର୍ତ୍ତରେ ଟିକି ପିଲା ହୋଇ ବୁଳୁଥିଲି

ଗାଁ ମଝି ଦାଣ୍ଡେ…..

ଧୂଳି ଘର ବୋଉ ବୋଉକା ବାଲି ଘର ଖେଳୁଥିଲି ଆଉ

ଡୁ ଡୁ ଖପରା ଡିଆଁ ବାଗୁଡ଼ି ଖେଳ
ତା’ରି ଭିତରେ ଜୀବନରେ ଖୁସି କେତକ ଗଣୁଥିଲି
ଯାହା ସ୍ମୃତି ଭାଲ ପଟେ ଯେମିତି ଉଇଁକି ଉଠେ…
ମୋ ଚେତନାଟା ହଜାଇ ଖୋଜି ବୁଲେ ଆହାଃ…
କି ବଢିଆ! ସୁନ୍ଦର ସେ ସ୍ମୃତି
ସ୍ମୃତି ବିଜଡିତ ପ୍ରତିଟି ମୁହୂର୍ତ୍ତ ଭାରି ଭଲ ଲାଗେ
ଏମିତି ପଛକୁ ହଟକି
ଆଉ ଥରେ ଯାଆନ୍ତି କି ଲଟକି….

Related posts

ରାଜନୀତିବାଲା

satya

ଅକଲ ମୁଣ୍ଡା

satya

ବନୀକରଣ

satya

Leave a Comment

Login

X

Register