Satya Prakash
କବିତା

ଶ୍ରମିକ ଦିବସ

ଶ୍ରମିକ ଦିବସ
—–by ସତ୍ୟ ପ୍ରକାଶ
ଶ୍ରମିକ ଦିବସେ ଶ୍ରମିକର ଲାଗି
ନେତାଙ୍କ ଭାଳେଣି ପଡ଼େ
ସଭାରେ କହନ୍ତି ବଡ଼ କଥା ହେଲେ
ଶ୍ରମିକର ମୁଣ୍ଡ ଗଡେ।। 1
କିଏ ସେ ଦରଦୀ ପାରୁନି ଯେ ବୁଝି
ସମସ୍ତେ ରହନ୍ତି ସୁଖେ
କିନ୍ତୁ କାହିଁ କଷ୍ଟ ହେଉନି ଲାଘବ
ଶ୍ରମିକ ସଢ଼ୁଛି ଦୁଃଖେ।। 2
ସୁନାର ଫସଲ ଉଗୁଳାଏ ଯିଏ

ଶ୍ରମିକ ଭାଇ ଯେ ସିଏ
ସବୁରି ମୁଖରେ ଦେଇ ସେ ହରସ
ଲହୁଲୁହ ପିଇ ଯାଏ।। 3
ଆଜିର ପରାଏ ଦିବସରେ ଯଦି
ନ କରିବା ଆମେ ଚିନ୍ତା
ଆଉ କେଉଁ ବେଳେ କରି ବସିବ ହେ
ଏମିତିକା ଅନୁଚିନ୍ତା। ।0
Happy International worker’s day

Related posts

ମୋତେ କିଆଁ ଏତେ ଘାଣ୍ଟୁଛୁ

satya

ଆବିଷ୍କାର ସୁରକ୍ଷା ଆଇନ୍

satya

ମହା ବିନାଶ

satya

Leave a Comment

Login

X

Register